କଳା ଓ ସଂସ୍କୃତି ଧର୍ମ

ଆପଣଙ୍କ ରାଶି ଉପରେ ଧନତେରସର ବଡ ପ୍ରଭାଵ: ଜିନିଷ କିଣିବା ପୂର୍ବରୁ ଜାଣିରଖନ୍ତୁ କ’ଣ ଶୁଭ

ଭୁବନେଶ୍ୱର ୦୭/୧୧ : ଚଳିତ ବର୍ଷ ନଭେମ୍ବର ୧୩ ତାରିଖରେ ଧନତେରସ ପର୍ବ ପଡିବ। ଧନତେରସ ଠାରୁ ଦୀପାବଳି ପର୍ବ ଆରମ୍ଭ ହୋଇଯାଇଥାଏ। ଧନତେରସ ଦିନ ଭଗବାନ ଧନ୍ଵନ୍ତରୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଇଥାଏ। ଧନତେରସ ଦିନ କିଛି ବିଶେଷ ସାମଗ୍ରୀ କିଣାଯାଇଥାଏ। ଧନତେରସ ଦିନ ରାଶି ଅନୁଯାୟୀ ସାମଗ୍ରୀ କିଣିବା ଶୁଭ ବୋଲି କୁହାଯାଏ। ଏହି ଦିନ ନୂଆ ଗାଡି କିଣିବା ମଧ୍ୟ ଶୁଭ ହୋଇଥାଏ। ଧନତେରସ ଦିନ କେଉଁ ରାଶିର ବ୍ୟକ୍ତି ବିଶେଷ କଣ କିଣିଲେ ଶୁଭ ହୋଇଥାଏ ଜାଣନ୍ତୁ :


ମେଷ – ମେଷ ରାଶିର ବ୍ୟକ୍ତି ଧନତେରସ ଦିନ ସୁନା, ତମ୍ବା କିମ୍ବା ପିତ୍ତଳ ସାମଗ୍ରୀ କିଣିବା ଶୁଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ପ୍ରଗତିର ସମ୍ଭାବନା ବୃଦ୍ଧି ପାଇଥାଏ।

ବୃଷ – ବୃଷ ରାଶିର ବ୍ୟକ୍ତି ରୁପା ସାମଗ୍ରୀ କିଣିପାରିବେ। ଲକ୍ଷ୍ମୀ ଗଣେଶଙ୍କ ରୁପା ମୂର୍ତ୍ତି, ରୁପା ମୁଦ୍ରା କିମ୍ବା କୌଣସି ଆଭୂଷଣ କିଣିପାରିବେ। ଏହା ଶୁଭ ଫଳ ପ୍ରଦାନ କରିଥାଏ।

ମିଥୁନ – ମିଥୁନ ରାଶି ବ୍ୟକ୍ତି ଧନତେରସ ଦିନ ତମ୍ବା ବସ୍ତୁ କିଣିପାରିବେ। ଏହାଦ୍ୱାରା ଭଗବାନ ଧନ୍ଵନ୍ତରୀଙ୍କ କୃପା ପ୍ରାପ୍ତ ହେବ।


କର୍କଟ – କର୍କଟ ରାଶି ବ୍ୟକ୍ତି ଧନତେରସ ଦିନ ଷ୍ଟିଲ ବାସନ କିଣି ପାରିବେ। ଏହାଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ସିଂହ – ସିଂହ ରାଶିର ବ୍ୟକ୍ତି ଧନତେରସ ଦିନ ସୁନାର ମୁଦ୍ରା କିମ୍ବା କୌଣସି ଆଭୂଷଣ କିଣିବା ଶୁଭ ହେବ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ଧନତେରସ ଦିନ ଗାଡି କିଣିପାରିବେ। ଏହାଛଡା ରୁପା ମୁଦ୍ରା କିଣିବା ମଧ୍ୟ ଶୁଭ ରହିବ।

ତୁଳା – ତୁଳା ରାଶି ବ୍ୟକ୍ତି ଧନତେରସ ଦିନ ରୁପା ବାସନ କିଣିଲେ ଅତ୍ୟନ୍ତ ଶୁଭ ଫଳ ମିଳିବ। କିନ୍ତୁ ଯଦି ନୂଆ ବାସନ ଆବଶ୍ୟକ ନାହିଁ ତାହେଲେ ନୂଆ କପଡା ମଧ୍ୟ କିଣିପାରିବେ।


ବିଛା – ବିଛା ରାଶି ବ୍ୟକ୍ତି ଧନତେରସ ଦିନ ଦୀପାବଳି ପୂଜା ସାମଗ୍ରୀ କିଣିପାରିବେ। ଏହା ଅତ୍ୟନ୍ତ ଶୁଭ ଫଳ ଦେବ। ସୁନା ଆଭୂଷଣ ମଧ୍ୟ କିଣିପାରିବେ।

ଧନୁ – ଧନୁ ରାଶି ବ୍ୟକ୍ତି ଏହି ଦିନ ଗାଡି ଏବଂ ରୁପା ବାସନ କିଣିପାରିବେ। ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇପାରେ।

ମକର – ମକର ରାଶି ବ୍ୟକ୍ତି ଏହି ଦିନ ଦୀପାବଳି ପୂଜା ପାଇଁ ଘରର ସାମଗ୍ରୀ କିଣିପାରିବେ। ଏହା ଅତି ଉତ୍ତମ ରହିବ।

କୁମ୍ଭ – କୁମ୍ଭ ରାଶିର ସ୍ୱାମୀ ଶନିଦେବ। କୁମ୍ଭ ରାଶି ବ୍ୟକ୍ତି ଏହି ଦିନ ଷ୍ଟିଲ କିମ୍ବା ରୁପା ବାସନ ଓ ଆଭୂଷଣ କିଣିପାରିବେ। ଏହା ଶୁଭ ରହିବ।

ମୀନ – ମୀନ ରାଶି ବ୍ୟକ୍ତି ଧନତେରସ ଦିନ ସୁନା କିମ୍ବା ରୁପାର ଯେକୌଣସି ବସ୍ତୁ କିଣିପାରିବେ। ଏହା ଶୁଭ ଫଳ ଦେବ। ଏହାଛଡା କୌଣସି ନୂଆ ଚୁକ୍ତି ମଧ୍ୟ କରିପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ