କଳା ଓ ସଂସ୍କୃତି ଧର୍ମ

ଆପଣଙ୍କ ବାଡ଼ି କିମ୍ବା କୁଣ୍ଡରେ ଆଲୋବେରା ଗଛଟିଏ ନିଶ୍ଚୟ ଲଗାନ୍ତୁ, ଦୂରେଇ ଯିବ ଅନେକ ସମସ୍ୟା

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ।

ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି।

ଏହାକୁ ସେଭିଂ ଜେଲ୍‌ ଭାବେ ବି ବ୍ୟବହାର କରାଯାଇପାରେ। ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।

ଆଲୋବେରା ଜେଲ୍‌ ହେଉଛି ଏକ ରକମର ଶ୍ରେଷ୍ଠ କେଶ ମସ୍‌ଚୁରାଇଜର୍‌। ଏହାକୁ କେଶରେ ଲଗାଇଲେ କେଶ ଝଡ଼ିବା, ରୂପି ଆଦି ସମସ୍ୟାର ସମାଧାନ ହେବା ସହ କେଶ କଳା ଓ ସାଇନ୍‌ ବି ରହିଥାଏ।

ଆଇବ୍ରୋରେ ବି ଆଲୋବେରା ଜେଲ୍‌ ବ୍ୟହାର କରିପାରନ୍ତି। ଏହାକୁ ଆଇବ୍ରୋରେ ଲଗାଇଲେ ଆଇବ୍ରୋରେ ଥିବା କେଶ କଳା ମୁଚୁମୁଚୁ ହେବା ସହ ନରମ ହୋଇଥାଏ।

ଏହାକୁ ବାଦ୍‌ ଦେଲେ ବ୍ରଣ, ଦାଗ, ରୁକ୍ଷପଣ, ଓଜନ ହ୍ରାସ ଆଦି ଅନେକ କାରଣ ପାଇଁ ଆଲୋବେରା ଜେଲ୍‌ ବ୍ୟବହାର କରାଯାଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ