କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଆପଣଙ୍କ ଘରେ ଅଛି କି ଆକ୍ୱାରିୟମ୍ ? କେଉଁ ଦିଗରେ ଏବଂ କେତେ ମାଛ ରଖିବା ଶୁଭ ଜାଣନ୍ତୁ

ଭୁବନେଶ୍ୱର ୨୫/୧୧ : ଆଜିର ଯୁଗରେ ଲୋକେ ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଏଥିପାଇଁ ଲୋକେ ନିଜ ଘରେ ମାଛ ଆକ୍ୱାରିୟମ୍ ମଧ୍ୟ ରଖନ୍ତି। ଏହା କେବଳ ଦେଖିବାରେ ସୁନ୍ଦର ନୁହେଁ ବରଂ ଘରକୁ ଆସୁଥିବା ପ୍ରତ୍ୟେକ ଅତିଥିଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥାଏ। ଵାସ୍ତୁ ଦୃଷ୍ଟିକୋଣରୁ ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଏ।

ଆକ୍ୱାରିୟମ୍ ଘରର ଵାସ୍ତୁକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ। ସେଥିପାଇଁ ଏହା ସହିତ ଜଡିତ କିଛି ବିଶେଷ ଦିଗ ପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆକ୍ୱାରିୟମକୁ ଘରେ କେଉଁଠାରେ ରଖିବେ, କେଉଁ ଦିଗରେ, ଆକ୍ୱାରିୟମରେ କେତେ ମାଛ ରଖିବା ଉଚିତ୍ ଏହି ସବୁ ଜିନିଷ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ।

ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ଗୁରୁତ୍ୱ ରହିଛି। ଠିକ ସେହିଭଳି ଆକ୍ୱାରିୟମ ରଖିବାର ମଧ୍ୟ ସଠିକ୍ ଦିଗ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ମାଛ ଆକ୍ୱାରିୟମକୁ କେବଳ ଉତ୍ତର ପୂର୍ବ ଦିଗରେ ରଖିବା ଉପଯୁକ୍ତ ବୋଲି ବିବେଚନା କରାଯାଏ।


ଆକ୍ୱାରିୟମରେ ପାଣି ସହ ଜଡିତ ଖାସ କଥା :

ଆକ୍ୱାରିୟମରେ ଜଳ ଏକ ପ୍ରମୁଖ ଉପାଦାନ। ସେଥିପାଇଁ ଏହା ସହ ଜଡିତ କିଛି ଖାସ ଟିପ୍ସ ଗ୍ରହଣ କରାଯିବା ଆବଶ୍ୟକ। ଆକ୍ୱାରିୟମ ପାଣିକୁ ସମୟ ସମୟରେ ବଦଳାଇବା ଉଚିତ୍। ପାଣି ନ ବଦଳାଇଲେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ପାଣି ବାରମ୍ବାର ବଦଳାଇଲେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏହା ବ୍ୟତୀତ ମନେରଖନ୍ତୁ ଯେ ଆକ୍ୱାରିୟମର ଜଳ ସ୍ଥିର ରହିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଘରର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ।


ଆକ୍ୱାରିୟମରେ ଏତିକି ମାଛ ରଖନ୍ତୁ :

ଲୋକେ ଆକ୍ୱାରିୟମରେ ଯେତେ ସଂଖ୍ୟକ ମାଛ ରଖନ୍ତି କିନ୍ତୁ ଯଦି ବାସ୍ତୁଶାସ୍ତ୍ର ହିସାବରେ ବିଚାର କରାଯାଏ ତାହେଲେ ଘରର ଆକ୍ୱାରିୟମରେ ୯ ଟି ମାଛ ରଖିବା ଶୁଭ ବୋଲି ଧରାଯାଏ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ମାଛ ରଖିବା ଉଚିତ୍।

Reef aquariums are one of the most beautiful addition in our homes

ମୁଖ୍ୟଦ୍ଵାରରେ ରଖିବା ଶୁଭ :

ମାଛ ଆକ୍ୱାରିୟମକୁ ଘରର ପ୍ରବେଶ ଦ୍ୱାରରେ ରଖାଗଲା ଏହା ଯିବା ଆସିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ବାସ୍ତୁଶାସ୍ତ୍ର ଦୃଷ୍ଟିକୋଣରୁ ଏହା ଲାଭଦାୟକ ମଧ୍ୟ। କିନ୍ତୁ ଏହାକୁ ମୁଖ୍ୟଦ୍ୱାରର ବାମ ପାର୍ଶ୍ୱରେ ରଖିବା ଉଚିତ୍।


ଏହି ସ୍ଥାନରେ ରଖିବା ଅନୁଚିତ :

ଘରେ ଆକ୍ୱାରିୟମ୍ ଯେକୌଣସି ସ୍ଥାନରେ ରଖାଯାଇପାରିବ କିନ୍ତୁ ରୋଷେଇ ଘରେ ଭୁଲରେ ବି ରଖିବା ଉଚିତ୍ ନୁହେଁ। ଏହାକୁ ବାସ୍ତୁ ନିୟମର ବିପରୀତ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଆକ୍ୱାରିୟମ୍ ରଖିଲେ ଘରେ କଳହ ହେବାର ସମ୍ଭାବନା ଅଧିକ ଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ