ଅପରାଧ ରାଜ୍ୟ

ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ଜମି

ନାରାୟଣପାଟଣା : ଆନ୍ଧ୍ରର କିଛି ଦଲାଲ ଓଡ଼ିଶା-ଆନ୍ଧ୍ରର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ଲଙ୍ଗଳବେଡ଼ା ପଞ୍ଚାୟତର କାମ୍ବିବାଲସା ଗ୍ରାମରେ ପଶି ଜଣେ ଆଦିବାସୀଙ୍କ ୭ ଏକର ଚାଷଜମିକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଅଜାଙ୍କ ନାଁରେ ଏହି ଚାଷ ଜମିର ପଟ୍ଟା ଥିଲେ ମଧ୍ୟ ଏହାକୁ ଜୋର୍‌ଜବରଦସ୍ତ ଦଖଲକୁ ନେଇଛନ୍ତି। ଏପରିକି ମେସିନ୍ ଲଗାଇ ଚାଷ ଜମି ଓ ମକା ଫସଲ ନଷ୍ଟ କରି ଦେଇଛନ୍ତି।

ସୂଚନା ଅନୁଯାୟୀ, କାମ୍ବିବାଲସା ଗ୍ରାମର ନରେନ୍ଦ୍ର ତାଡିଙ୍ଗିଙ୍କ ଜେଜେବାପାଙ୍କ ଦାସ ତାଡିଙ୍ଗି ନାଁରେ ଫୁଲବାଡି ମୌଜାର ଥାନା ନଂ-୨୫୪, ପ୍ଲଟ୍ ନଂ-୧୬୨,୧୭୩ ଏବଂ ୧୮୦ ରେ ୭ ଏକର ୫୪ ସେଣ୍ଟ ଜମି ରହିଛି। ନାରାୟଣପାଟଣା ତହସିଲ ପକ୍ଷରୁ ଦାସ ତାଡିଙ୍ଗିକୁ ଏହି ସମସ୍ତ ଜମିର ପଟ୍ଟା ମଧ୍ୟ ପ୍ରଦାନ କରାଯାଇଛି। ଜେଜେବାପା ଏବଂ ବାପାଙ୍କ ମୃତ୍ୟୁ ପରେ ନରେନ୍ଦ୍ର ଏହି ଜମିରେ ଚାଷ କରି ପରିବାର ପରିବାର ପ୍ରତିପୋଷଣ କରୁଥିଲେ। ତେବେ, ଗତ ମାସରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହିତ ଆନ୍ଧ୍ରର କିଛି ଜମି ମାଫିଆ ନରେନ୍ଦ୍ର ଚାଷ କରୁଥିବା ଜମିରେ ପହଞ୍ଚି ଜମି ମାପୁଚପ୍‌ କରିଥିଲେ। ନରେନ୍ଦ୍ର ନିରକ୍ଷର ଥିବାରୁ ଜମି ମାପଚୁପ୍‌ କରୁଥିବା ସ୍ଥାନୀୟ ବ୍ୟକ୍ତିଙ୍କ ସଂପର୍କରେ ଜାଣି ପାରି ନଥିଲେ। ମାପଚୁପ୍‌ ସରିବା ପରେ ଏହା ତୁମର ଜମି ନାହିଁ ବୋଲି କହି ନରେନ୍ଦ୍ର ଚାଷ କରୁଥିବା ଜମିକୁ ମେସିନ୍‌ ଲଗାଇ ନଷ୍ଟ କରି ଦେଇଥିଲେ। ଏଥିଯୋଗୁ ନରେନ୍ଦ୍ରଙ୍କ ମକା ଫସଲ ମଧ୍ୟ ନଷ୍ଟ ହୋଇ ଯାଇଥିଲା। ଏହି ଜମି ତୋ ନାଁରେ ରହି ତେଣୁ ଚାଷ ନକରି ପାଇଁ ସ୍ଥାନୀୟ କିଛି ଳୋକ ଧମକ ଦେବାରୁ ନରେନ୍ଦ୍ର ଭୟଭୀତ ହୋଇ ପଡ଼ିଥିଲେ। ବଳପୂର୍ବକ ‌ଜମିରେ ମେସିନ୍‌ ଲଗାଇ ଚାଷ ନଷ୍ଟ କରାଯାଇଥିବା ବେଳେ ଏହି ସମୟରେ ଉପସ୍ଥିତ ନ‌ରେନ୍ଦ୍ରଙ୍କ ପିରବାର ମଧ୍ୟ ଭୟରେ ପାଟି ଖୋଲି ନଥିଲେ।

ନରେନ୍ଦ୍ରଙ୍କ କହିବା ଅନୁସାରେ, ‘ ପୂର୍ବରୁ ଥିବା ରାଜସ୍ବ ନିରୀକ୍ଷକ ଜମି ଚିହ୍ନଟ କରି ଏହା ତାଙ୍କ ବାପା ଦାସ ମାଣ୍ତିଙ୍ଗିଙ୍କ ବୋଲି କହିଥିଲେ। କିନ୍ତୁ୍ ସ୍ଥାନୀୟ କିଛି ଲୋକଙ୍କୁ ହାତ କରି ଜୋରଜବରଦସ୍ତ ମୋ ଜମିକୁ ଆନ୍ଧ୍ରର ଦଲାଲମାନେ ନିଜ ଅଧୀନକୁ ନେଇ ଯାଇଛନ୍ତି।’ ଏହାପରେ ନ‌ରେନ୍ଦ୍ରଙ୍କ ପରିବାର ଉପାୟଶୂନ୍ୟ ହୋଇ ନ୍ୟାୟ ପାଇବା ନିମନ୍ତେ ସ୍ଥାନୀୟ କିଛି ଯୁବକ ଏବଂ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ରାମ କୁମାର ଜାନିଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଋଣ ଓ ଧାର କରି ୫୦ ହଜାର ଟଙ୍କାରେ ୭ ଏକର ଜମିରେ ମକା ଗଛ ଲଗାଇଥିଲେ ନରେନ୍ଦ୍ର। ବଳ ପୂର୍ବକ ଜମି ହଡ଼ପ କରି ଫସଲ ନଷ୍ଟ କରି ଦିଆଯାଇଥିବାରୁ ନ୍ୟାୟ ଦେବା ପାଇଁ ସେ ଅନୁରୋଧ କରିଥିଲେ। ଏନେଇ ତହସିଲ କାର୍ଯ୍ୟାଳୟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧିଙ୍କୁ ବ୍ଲକ୍ ଉପାଧ୍ୟକ୍ଷା ଏବଂ ସ୍ଥାନୀୟ ଯୁବକ ଡାକି ସମସ୍ତ ବିଷୟ ଜଣାଇଥିଲେ। ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ବୋଲି ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ପ୍ରଧାନ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।