ରାଜ୍ୟ

ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଜୋନାଲ କମିଟିର ପ୍ରେସ ବିଜ୍ଞପ୍ତି: ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ଦିବସ ପାଳନ ନେଇ ଆହ୍ବାନ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ସେଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସଂପ୍ରସାରଣ ପ୍ରକଳ୍ପ ପାଇଁ ୩୦ ହଜାର କୋଟି ବ୍ୟୟ ଅଟକଳ ରହିଛି। ତେବେ ଜବରଦଖଲ ଯୋଗୁଁ ଏହି ପ୍ରକଳ୍ପ ଆଗେଇପାରୁନି। ଜରବଦଖଲ ଉଚ୍ଛେଦ ପାଇଁ ଗତ ତିନି ବର୍ଷ ହେଲା ଆର୍‌ଏସ୍‌ପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉନି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ଘଟିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଥିବାରୁ ପ୍ରକଳ୍ପର ଭାଗ୍ୟ ଫିଟିବା ନେଇ ଆଶା ସୃଷ୍ଟି ହୋଇଛି।
ସଂପ୍ରତି ଆର୍‌ଏସ୍‌ପିର ବାର୍ଷିକ ଉତ୍ତପ୍ତ ଧାତୁ ଉତ୍ପାଦନ କ୍ଷମତା ହେଉଛି ୪.୫ ମିଲିଅନ ଟନ୍‌। କ୍ଷମତା ବୃଦ୍ଧି ପାଇଁ ଗତ ୨୦୨୧ ମସିହାରେ ସେଲ୍‌ କର୍ତ୍ତୃପକ୍ଷ ଆର୍‌ଏସ୍‌ପିର ସଂପ୍ରସାରଣ ପାଇଁ ସବୁଜ ସଙ୍କେତ ଦେବାସହ ୩୦ ହଜାର କୋଟି ଅନୁମୋଦିତ ହୋଇଥିଲା।

ଏହି ସଂପ୍ରସାରଣ ପ୍ରକଳ୍ପ ପାଇଁ ପ୍ରାୟ ୨ ହଜାର ଏକର ଜମି ଆବଶ୍ୟକ। ଏଥିପାଇଁ ବରକାନି ବସ୍ତି, ବାହାଗଡ଼ ବସ୍ତି, ଡିଜେଲ କଲୋନି ବସ୍ତି, ବିଜୁବନ୍ଧ ବସ୍ତି, ରେଙ୍ଗାଲି ବସ୍ତି, କାଟେ ବସ୍ତି ଓ ଗିରିଜଟୋଲି ବସ୍ତିରେ ଜବରଦଖଲ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରକଳ୍ପ ପାଇଁ ଏସବୁ ବସ୍ତିର ପାଖାପାଖି ୨୯୫ ପରିବାର ଉଚ୍ଛେଦ ହୋଇଥାନ୍ତେ। କିନ୍ତୁ ଆରମ୍ଭରୁ ଜମି ଅଧିଗ୍ରହଣକୁ ପ୍ରତିବାଦ କରାଯାଇଥିଲା। ଏଣୁ ପରବର୍ତ୍ତୀ ସମୟରେ ଆର୍‌ଏସ୍‌ପି ପକ୍ଷରୁ ଆବଶ୍ୟକ ଜମି ପରିମାଣକୁ ୨ ହଜାର ଏକରରୁ ୧୨ ଶହ ଏକରକୁ ହ୍ରାସ କରାଯାଇଥିଲା। ଏମିତିକି ଉଚ୍ଛେଦ ପରିବାରକୁ ସ୍ଥାନାନ୍ତର ତଥା ଉପଯୁକ୍ତ କ୍ଷତିପୂରଣ ପ୍ୟାକେଜ୍ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନ ସହ ଏକାଧିକବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିଲା।

୫୦/୬୦ ବର୍ଷ ହେଲା ବସବାସ କରୁଥିବା ଦର୍ଶାଇ ଜମି ଜବରଦଖଲକାରୀ ତୀବ୍ର ବିରୋଧ କରିଥିଲେ। ଅପରପକ୍ଷରେ ଜବରଦଖଲ ଉଚ୍ଛେଦରେ ରାଜ୍ୟ ସରକାର ଆନ୍ତରିକତା ନ ଦେଖାଇବାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଏହି ସଂପ୍ରସାରଣ କାର୍ଯ୍ୟ ଅନ୍ତର୍ଗତ ଆଇରନ ଓ ଷ୍ଟିଲ୍‌ ମିଲ୍‌, ନୂତନ କଞ୍ଚାମାଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ୍‌, କୋକ୍ ଓଭେନ, ସିଣ୍ଟରିଂ ପ୍ଲାଣ୍ଟ୍‌, ବ୍ଲାଷ୍ଟ ଫର୍ଣ୍ଣେସ୍, ଷ୍ଟିଲ୍ ମେଲ୍‌ଟିଂ ସପ୍‌ ଓ ଅନ୍ୟାନ୍ୟ ସହାୟକ ୟୁନିଟ୍‌ ସ୍ଥାପନ କରିବାକୁ ଯୋଜନା ରହିଥିଲା। ଇତିମଧ୍ୟରେ ସେଲ୍‌ ବୋର୍ଡ ଆଇଆଇଏସ୍‌ସିଓ, ବୋକାରୋ ଇସ୍ପାତ କାରଖାନା ଆଦିକୁ ସଂପ୍ରସାରଣ ପାଇଁ ଅର୍ଥ ଅନୁମୋଦନ କରିସାରିଛନ୍ତି। କିନ୍ତୁ ରାଉରକେଲାରେ ଜବରଦଖଲ ଉଚ୍ଛେଦ ସମ୍ଭବ ହୋଇନଥିବାରୁ ସଂପ୍ରସାରଣ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।