ରାଜ୍ୟ

ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଜୋନାଲ କମିଟିର ପ୍ରେସ ବିଜ୍ଞପ୍ତି: ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ଦିବସ ପାଳନ ନେଇ ଆହ୍ବାନ

ମାଲକାନଗିରି: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାଓବାଦୀ) ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ଦେଇ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ପାଳନ କରାଯିବା ନେଇ ଆହ୍ବାନ ଦେଇଛନ୍ତି।କମ୍ରେଡ ଚାରୁ ମଜୁମଦାରଙ୍କ ମୃତ୍ୟୁ ଦିବସକୁ ନକ୍ସଲ ସଂଗଠନ ସହିଦ ଦିବସ ରୂପେ ପାଳନ କରିଥାଏ।ତେବେ ଏହି ପ୍ରେସ ବିଜ୍ଞପ୍ତିରେ ସଂଗଠନ ଗତ ୧ ବର୍ଷ ମଧ୍ୟରେ ୨୦୦ ନକ୍ସଲ,ଲୋକ ଏବଂ ଅନ୍ୟ ସାଥିଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୬ ମାସ ମଧ୍ୟରେ ୧୬୦ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି।ଖୁବ କମ୍ ସମୟରେ ଏତେ ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଥିବା କହିଛନ୍ତି।ଏମାନଙ୍କ ମଧ୍ୟରୁ ୬ ମାସର ଶିଶୁ ମଙ୍ଗଳି ସହ ୬୦ ବର୍ଷର ବୃଦ୍ଧ ରହିଛନ୍ତି ବୋଲି କହିଛନ୍ତି।ଗତ ୨୦୨୩ ଓ ୨୦୨୪ରେ ମୃତ୍ୟୁବରଣ କରିଥିବା ସାଥି କମ୍ରେଡମାନଙ୍କର ବଳିଦାନକୁ ଭୁଲିବା ନାହିଁ ଏବଂ ତାଂକର ଆତ୍ମାର ଶାନ୍ତି ପାଇଁ ଲଢେଇ ଜାରି ରଖିବା ବୋଲି କୁହାଯାଇଛି।

କେବଳ ଛତିଶଗଡରେ ଗତ ୬ ମାସ ମଧ୍ୟରେ ୧୪୦ ଜଣ ସାଥିଙ୍କର ଶତ୍ରୁ ଗୁଳିରେ ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି।ଅପରେସନ କଗାର ନାମରେ ଛତିଶଗଡ ସରକାର ନକ୍ସଲ ଦମନ ନେଇ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି।ଯାହାକୁ ସମସ୍ତେ ବିରୋଧ କରିବା ଉଚିତ ବୋଲି କହିଛି ସଂଗଠନ।କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ଲୋକଙ୍କ ଧନ ସଂପତ୍ତି ଲୁଟ କରି ନେବାକୁ ଚେଷ୍ଟା ଜାରି ରଖିଛନ୍ତି,କିନ୍ତୁ ଆମ ପାର୍ଟି ପ୍ରତିବନ୍ଧକ ସାଜିଥିବା କୁହାଯାଇଛି।ଆମ ସଂଗଠନକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି।କିନ୍ତୁ ଏହା କେବେ ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି।ଆଗାମୀ ୩ ବର୍ଷ ମଧ୍ୟରେ ଦେଶରୁ ନକ୍ସଲବାଦ ହଟାଇବାକୁ କେନ୍ଦ୍ର ସରକାର ଅପରେସନ କଗାର ନାମକ ଯୁଦ୍ଧ ଘୋଷଣା କରିଛନ୍ତି।ବିନାଶର ଏହି ଯୁଦ୍ଧରେ ଶତ୍ରୁ ହେଉଛି ଭିକାରୀ ପୁଲିସ ବୋଲି ନକ୍ସଲ ସଂଗଠନ କହିଛି।

ପୁଲିସ ଗାଁ ଗାଁ ବୁଲି ଲୋକଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କୁ ଅସଦାଚରଣ କରୁଛି।ଲୋକଙ୍କୁ ବିନା କାରଣରେ ଗୁଳି କରି ମାରୁଛି ବୋଲି ଅଭିଯୋଗ କରିଛନ୍ତି।ସାଧାରଣ ଲୋକଙ୍କୁ ନକ୍ସଲ ବୋଲି କହି ସେମାନଙ୍କୁ ହତ୍ୟା କରାଯାଉଛି।ଜଳ,ଜଂଗଲ ଓ ଜମି ବଞ୍ଚାଇବା ଆମର କର୍ତ୍ତବ୍ୟ।ଏହାକୁ କୋରପୋରେଟରମାନଙ୍କ ହାତକୁ ଟେକିଦେବାକୁ ଚାହୁଁଛନ୍ତି ସରକାର।ଜଂଗଲକୁ ଯାଉଥିବା ଲୋକଙ୍କୁ ଧରି ନକ୍ସଲ ବୋଲି ଆଖ୍ୟା ଦେଇ ଜେଲରେ ଭର୍ତ୍ତି କରାଯାଉଛି।ନଚେତ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଉଛି।ଯାହା ବେଆଇନ ଅଟେ ବୋଲି କୁହାଯାଇଛି।ଲୋକଙ୍କ ଉପରେ ଚାଲିଥିବା ଅପରେସନ କଗାରକୁ ପରାସ୍ତ କରିବା ବୋଲି ଆହ୍ବାନ ଦେବା ସହ ଗାଁ ଗାଁରେ ସହିଦ ଦିବସକୁ ପାଳନ କରି ସହିଦଙ୍କ ଅଭିଳାଷା ପୂରଣ କରିବା ବୋଲି ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।