ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମାରେ ମହାବଳ! ଭିଡିଓ ଭାଇରାଲ ପରେ ଆତଙ୍କ

ଗୁଣପୁର: ଓଡ଼ିଶା-ଆନ୍ଧ୍ର ସୀମା ତଥା ଗୁଣପୁର ବ୍ଲକ୍‌ରୁ ଅଳ୍ପ ଦୂରରେ ଗୋଟିଏ ମହାବଳ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା କୁହାଯାଉଛି। ଯାହାକୁ ଆନ୍ଧ୍ରର ବନ ବିଭାଗ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି।
ଭାଇରାଲ ଭିଡିଓରେ ଗୋଟିଏ ବୟସ୍କ ମହାବଳ ବାଘ ହଠାତ ରାସ୍ତା ଉପରକୁ ଚାଲି ଆସିବା ସହ କିଛି ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଚାଲିଯାଉଛି। ଆନ୍ଧ୍ର ତଥା ଓଡ଼ିଶାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ୯ସେକେଣ୍ଡର ଭିଡିଓ ଭାଇରାଲ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି। ଅନ୍ୟପଟେ ବାଘ ଚଳପ୍ରଚଳ ଖବର ମିଳିବାମାତ୍ରେ ଶ୍ରୀକାକୁଲମ ବନ ବିଭାଗ କର୍ମଚାରୀ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ସମ୍ଭାବ୍ୟ ସ୍ଥାନରେ ସନ୍ଧାନ ମଧ୍ୟ କରିଥିଲେ। ଆଖପାଖ ଗ୍ରାମବାସୀଙ୍କୁ ପଚାରିବାରୁ ବାଘକୁ କେହି ଦେଖିନଥିବା କହିଥିଲେ। କିନ୍ତୁ କିଛି ସ୍ଥାନରେ ବାଘର ପାଦଚିହ୍ନ ବନ ବିଭାଗ କର୍ମଚାରୀ ସ୍ପଷ୍ଟ ରୂପେ ଦେଖିଥିଲେ। ଏହାପରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।

ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ଭାମିନି ମଣ୍ଡଳ ତହସିଲଦାର ସତର୍କ କରିଛନ୍ତି। ସେହିପରି ଗୃହପାଳିତ ପଶୁଙ୍କୁ ଜଙ୍ଗଲ ନଛାଡ଼ିବାକୁ ପରାମର୍ଶ ଦିଆଯାଇଥିବା ଭାମିନି ମଣ୍ଡଳ ଫରେଷ୍ଟର ରାମା ରାଓ କହିଛନ୍ତି। ବିଭିନ୍ନ ଗାଁରେ ବାରମ୍ବାର ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଇଛି ବୋଲି ମଧ୍ୟ ଜଣାଇଛନ୍ତି। ଏ ନେଇ ଗୁଣପୁର ଡେପୁଟି ରେଞ୍ଜର ନୀଳମାଧବ ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ଆନ୍ଧ୍ରରେ ମହାବଳ ବାଘ ଚଳପ୍ରଚଳ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଓଡ଼ିଶାରେ ଭୟର କୌଣସି କାରଣ ନାହିଁ। ସୀମାନ୍ତ ଅଞ୍ଚଳରେ ପ୍ରତିଦିନ ଯାଞ୍ଚ କରାଯାଉଛି। ଏଭଳି ଖବରର ସତ୍ୟାସତ୍ୟ ନେଇ ଆନ୍ଧ୍ରର ଅଧିକାରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।