ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆନ୍ଧ୍ରରେ ‘ନିଭାର’ ତାଣ୍ଡବ, ବିଭିନ୍ନ ସ୍ଥାନରେ ୩ ମୃତ, ୪ ଜିଲ୍ଲାରେ ୫ ଦିନ ଶିକ୍ଷାନୁଷ୍ଠାନ ଛୁଟି

ହାଇଦ୍ରାବାଦ ୨୬।୧୧: ଉପକୂଳକୁ ପ୍ରବେଶ କରିବା ପରେବି ଶାନ୍ତ ହୋଇନି ଘୂର୍ଣ୍ଣିବାତ୍ୟା ‘ନିଭାର’ । ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ରୟାଲସୀମା ଜିଲ୍ଲାରେ ଗୁରୁବାର ତାଣ୍ଡବ ରଚିଛି ବାତ୍ୟା। ଝଡ଼ ସାଙ୍ଗକୁ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶରେ ଶହଶହ ଲୋକେ ବାସହରା ହୋଇପଡିଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀକ ପୁଷ୍ଟି କରାଯାଇଛି। ସାମ୍ଭବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ଗୁରୁବାର ଜରୁରି ବୈଠକ କରିଥିବା ବେଳେ ନେଲୋର, ଚିତୁର, କଡପ୍ପା ଓ ଅନନ୍ତପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।

ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ଅଧିକାରୀ ନିଭାର ଯୋଗୁ ଇରପେଡୁ, ଶ୍ରୀକଳାହସ୍ତୀ, ଚିତୁରର ସତ୍ୟଭେଡୁ ଓ ସମଗ୍ର ନେଲୋର ଜିଲ୍ଲାରେ ବର୍ଷା ଲାଗି ରହିଥିବା କହିଛନ୍ତି। ନେଲୋର ଜିଲ୍ଲାରେ ବିଦ୍ୟୁତ ଆଘାତରେ ଜନୈକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚିତ କରିଥିବା ବେଳେ ଚିତୁରର ରେନିନଗୁଣ୍ଟା ନିକଟସ୍ଥ ମାଲେମାଡୁଗୁରେ ଜଣେ ଚାଷୀ ଭାସି ଯାଇ ନିଖୋଜ ଥିବା ସୂଚିତ କରାଯାଇଛି।

୩ ଜଣ ଚାଷୀଏକ ଜୋର ସେପଟେ ଫଶି ରହିଥିବା ବେଳେ ଏନଡିଆରଏଫ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିପାରିଛନ୍ତି। ଜଣେ ଭାସିଯାଇ ନିଖୋଜ ଅଛନ୍ତି। ଘୂର୍ଣ୍ଣିବାତ୍ୟା ନିଭାର ତାମିଲନାଡୁ କରାଇକାଲ ଓ ପୁଡୁଚେରୀର ମାମଲ୍ଲାପୁରମ ଦେଇ ଭୂ-ଭାଗକୁ ପ୍ରବେଶ କରିବା ପରେ ବିତ୍ପାତ ରଚିଛି। ତାମିଲନାଡୁ ସଲଗ୍ନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ନେଲୋରରେ ବୁଧବା ରାତିରୁ ଝଡତୋଫାନ ସହ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଫଳରେ ବିସ୍ତିର୍ଣ୍ଣ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି। ବର୍ଷାଯୋଗୁ ବନ୍ୟା ଆସିବାରୁ ଭେଙ୍କଟଗିରି ଓ ରାପୁରୁ ସହରକୁ ସଂଯୋଗ କରୁଥିବା ଏକ ପୋଲ ଭାସିଯାଇଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଯାନବାହନ ଭିନ୍ନ ମାର୍ଗ ଦେଇ ଚଳାଚଳ କରାଯାଉଛି। ତିରୁପତିତିରୁମାଲା ଘାଟ ରୋଡରେ ବର୍ଷା ଯୋଗୁ ଭୂ-ସ୍ଖଳନ ହୋଇଛି। ସେହିପରି ବଡବଡ ଗଛ ଉପୁଡି ରାସ୍ତା ଅବରୋଧ କରିଥିବା ସୂଚନା ମିଳୁଛି। ମନ୍ଦିର ସହର ତିରୁମାଲାରେ ଏକ କମ୍ୟୁନିଟି ସେଣ୍ଟରର କାନ୍ଥ ଭୂଷୁଡି ପଡିବାରୁ ୨ଟି ବାଇକ୍ ଭାଙ୍ଗିରୁଜି ଯାଇଛି।

କୁରୁନୁଲ ଜିଲ୍ଲା ନାନ୍ଦିୟାଲରେ କୁଣ୍ଡୁନଦୀରେ ବନ୍ୟାଜଳ ପ୍ରବାହୀତ ହେଉଛି। ଏଣୁ ଖରିଫ ଚାଷ ପ୍ରଭାବିତ ହୋଇଥିବାର ଆଶଙ୍କା କରାଯାଉଛି। ଝଡ ଓ ବର୍ଷା ଥମିବା ପରେ ଚାଷ ଜନିତ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ