ରାଜ୍ୟ

ଆନ୍ତଃଧାର୍ମିକ ଦମ୍ପତିଙ୍କୁ ଆକ୍ରମଣ କରିଥିବା ୬ଜଣଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ଲଜ୍ ରୁମ୍‌ ମଧ୍ୟକୁ ପଶି ଆନ୍ତଃଧାର୍ମିକ ଦମ୍ପତିଙ୍କୁ ମାଡ଼ ମାରିଥିବା ୬ଜଣ ବ୍ୟକ୍ତିଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।

କର୍ଣ୍ଣାଟକର ବାୱେରିରେ ଘଟିଥିବା ଏହି ଆକ୍ରମଣରେ ସରବ୍ୟ ହୋଇଥିବା ପୀଡ଼ିତା ତାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା କଥା ଅଭିଯୋଗ କରିବା ପରେ ଅଭିଯୁକ୍ତମାନଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି।

ଆଗରୁ ଏହି ଘଟଣାକୁ ଆକ୍ରମଣ ଓ ନିର୍ଯାତନା ବୋଲି କହୁଥିବା ପୀଡ଼ିତା ଏବେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଆକ୍ରମଣ କରିଥିବା ଲୋକେ ତାଙ୍କ ସହିତ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି।

ଦୁର୍ଦ୍ଦଶା ବର୍ଣ୍ଣନା କରି ଗୁରୁବାର ଦିନ ପୀଡ଼ିତା ରିଲିଜ୍‌ କରିଥିବା ଭିଡିଓରେ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣକାରୀମାନେ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ଅପରାହ୍ଣ ୧ଟା ବେଳେ ସିର୍‌ସିରୁ ଆସି କାଦରୀ ଅଞ୍ଚଳର ଫୋର୍ଥକ୍ରସ୍‌ରେ ଥିବା ହୋଟେଲ୍‌ରେ ପହଞ୍ଚିବା ପରେ ଏମିତି ଘଟଣା ଘଟିଲା। ଦଳେ ବ୍ୟକ୍ତି ତାଙ୍କୁ ଜବରଦସ୍ତି ରୁମ୍‌ରୁ ଟାଣି ବାଇକ୍‌ରେ ବସାଇ ନିଛାଟିଆ ସ୍ଥାନକୁ ନେଇଗଲେ। ଗୋଟାଏ ବଣର ବିଭିନ୍ନ ସ୍ଥାନରେ ତାଙ୍କ ସହିତ ଦୁଷ୍କର୍ମ କରାଯିବା ସମେତ ଆହୁରି ଅନେକ ଯୌନଉତ୍ପୀଡ଼ନ ଦିଆଯାଇଛି।

Moral policing Hangal
Image Courtesy of Times Now

ପୀଡ଼ିତା ଦେଇଥିବା ବୟାନରେ କହିଛନ୍ତି, ବଣରେ ଦୁଷ୍କର୍ମ କରିବା ପରେ ୩ଜଣ ବ୍ୟକ୍ତି ମତେ ଜବରଦସ୍ତି ଗୋଟାଏ କାର୍‌ରେ ବସାଇ ଦେଲେ। ସେଥିରେ ଡ୍ରାଇଭର୍‌ ମଧ୍ୟ ମୋତେ ଯୌନଉତ୍ପୀଡ଼ନ ଦେଲେ। ଏହାପରେ, ଆକ୍ରମଣକାରୀମାନେ ମତେ ରାସ୍ତା ଉପରକୁ ନେଇ ସିର୍‌ସି ଯାଉଥିବା ଗୋଟାଏ ବସ୍‌ରେ ବସାଇ ଦେଲେ। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକ ନାଁ ଅଫ୍‌ତାବ୍‌। ବାକି ଲୋକଙ୍କ ନାଁ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅବଗତ ନୁହେଁ। ଆକ୍ରମଣ ସମୟର ଭିଡିଓ ଦେଖିଲେ ସେମାନଙ୍କୁ ଚିହ୍ନି ପାରିବି।

ଦୁର୍ଦ୍ଦଶା ବ୍ୟକ୍ତ କରି ସେ କହିଛନ୍ତି, ଭିଡିଓରେ ଦେଖାଯାଉଥିବା ସମସ୍ତ ବ୍ୟକ୍ତି ମୋ ସହିତ ଦୁଷ୍କର୍ମ କରିଛନ୍ତି। ସେମାନେ ଦଣ୍ଡ ପାଇବା ଉଚିତ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।