ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଦିବାସୀ ମାନ୍ୟତା: ୩ ବନାମ ୧୬୦, ଭଣ୍ଡାଉଛି କିଏ; କେନ୍ଦ୍ର ନା ରାଜ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର/କୋରାପୁଟ : ଓଡ଼ିଶାର ଝୋଡ଼ିଆ, ଦୁରୁଆ ଏବଂ ଦୋରା ସମୁଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରସ୍ତାବ ବିଚାରାଧୀନ ରହିଛି। କିନ୍ତୁ ୩ ବର୍ଷ ମଧ୍ୟରେ ରାଜ୍ୟ ପକ୍ଷରୁ ଆଦିବାସୀ ମାନ୍ୟତା ସଂକ୍ରାନ୍ତ କୌଣସି ନୂତନ ପ୍ରସ୍ତାବ ଆସିନାହିଁ। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ରାଜ୍ୟ ମନ୍ତ୍ରୀ ବିଶେଶ୍ବର ଟୁଡୁ। ଅନ୍ୟପକ୍ଷରେ ରାଜ୍ୟର ୧୬୦ ସମୁଦାୟଙ୍କୁ ଆଦିବାସୀ ମାନ୍ୟତା ପାଇଁ ୧୯୭୮ ମସିହାରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି। ଏହାକୁ ନେଇ ୨୦୧୧, ୨୦୧୨ ଏବଂ ୨୦୨୧ ମସିହା ମଧ୍ୟରେ ୩ଥର କେନ୍ଦ୍ର ସହ ରାଜ୍ୟ ଆଲୋଚନା କରିଛି। ଏପରିକି ୨୦୨୨ ମସିହା ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ୧୬୦ ସମୁଦାୟଙ୍କୁ ଆଦିବାସୀ ମାନ୍ୟତା ପାଇଁ ବର୍ତ୍ତମାନର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ମଧ୍ୟ ଚିଠି କରିଥିବା ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସେତେବେଳେ ସୂଚନା ଦିଆଯାଇଥିଲା। ଏଭଳି ସ୍ଥିତିରେ ଆଦିବାସୀ ମାନ୍ୟତା ସଂକ୍ରାନ୍ତରେ କେନ୍ଦ୍ର ନା ରାଜ୍ୟ କିଏ ସତ କହୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୯୫୬ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତିର ତାଲିକା ପ୍ରସ୍ତୁତ ହୋଇଥିଲା। ଦେଶର ୭୦୫ ସମୁଦାୟଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ଦିଆଯାଇଛି। ଏଥିମଧ୍ୟରେ ଓଡ଼ିଶାର ୬୨ ସମୁଦାୟ ରହିଛନ୍ତି। ଏଥିମଧ୍ୟରୁ ୧୯ସମୁଦାୟ ଅର୍ଥାତ୍‌ ପାଉଡ଼ି ଭୂୟାଁ, ତମୋଡ଼ିଆ ଭୂମିଜ, ଚୁକୁଟିଆ ଭୁଞ୍ଜିଆ, ଦୁରୁଆ ଓ ଧୁରୁଆ, ଧୁରଭା, ଟଁଲା ଗୌଡ଼, ଉରାମ, ଧାଙ୍ଗରା, ଓରାମ ବା ଓରାଉଁ ଉରାଉଁ ମୁଡି, କୁଇ କନ୍ଧ, କନ୍ଧ କୁମ୍ଭାର, କୋଣ୍ଡା ରେଡି, ମୁକା ଦୋରା, ଆଣ୍ଟିଦୋରା, ସଅଁରା, ଲୁହାରା, ପୁଟିଆ ବା ଦୁଳିଆ ବା ଧୁଳିଆ ବା କୋରାପୁଟ ଜିଲ୍ଲାର ଧୁଳିଆ ପାଇକ ବା ସୁନ୍ଦରଗଡ଼ ଜିଲ୍ଲାର ଭୂଇଁଆର, କଅଁର ପ୍ରମୁଖ ସମୁଦାୟ ସମ୍ପୂର୍ଣ୍ଣ ଭାବରେ ଆଦିବାସୀ ହୋଇ ମଧ୍ୟ ସେମାନଙ୍କୁ ଓବିସି କିମ୍ବା ଅନ୍ୟ ବର୍ଗରେ ରଖାଯାଇଛି। ବାକି ସମୁଦାୟ ବନାନଗତ ତ୍ରୁଟି ଯୋଗୁଁ ଅନୁସୂଚିତ ଜନଜାତିରୁ ବାଦ୍‌ ଦିଆଯାଇଛି।

downtoearth.org.in

ଗବେଷକଙ୍କ କହିବାନୁସାରେ, କିଛି ଆଦିବାସୀ ସମୁଦାୟ ଅଛନ୍ତି ଯେଉଁମାନେ ଭୌଗୋଳିକ ଭାବେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ହିସାବରେ ବିଭାଜିତ କରିଦେଲେ ମଧ୍ୟ ସେମାନଙ୍କର ସଭ୍ୟତା, ସଂସ୍କୃତି ଗୋଟିଏ। କିନ୍ତୁ ରାଜ୍ୟ ବଦଳିଲେ ସେମାନଙ୍କ ଜାତିର ମାନ୍ୟତା ବଦଳିଯାଉଛି। ଆନ୍ଧ୍ରପ୍ରଦେଶ, ଓଡ଼ିଶାର କୋରାପୁଟ, ଗଜପତି, ରାୟଗଡ଼ାରେ ରହୁଥିବା କୋଣ୍ଡା ଦୋରା ବା କୋଣ୍ଡା ରେଡି ଗୋଟିଏ। କିନ୍ତୁ ଆନ୍ଧ୍ରପ୍ରଦେଶରେ ସେମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ମିଳିଛି , ଅଥଚ ଓଡ଼ିଶାରେ ମିଳିନାହିଁ। ଏଥିଯୋଗୁଁ ଆନ୍ଧ୍ରପ୍ରଦେଶ ତୁଳନାରେ ଏଠାରେ ରହୁଥିବା କୋଣ୍ଡାଦୋରାଙ୍କ ଆର୍ଥିକ ସ୍ଥିତି ଅଧିକ ଶୋଚନୀୟ ରହିଛି। ଆଦିବାସୀ ହୋଇ ମଧ୍ୟ ଆଦିବାସୀ ମାନ୍ୟତା ନମିଳିବାରୁ କିଛି ଦିନ ପୂର୍ବରୁ ଅନେକ ପରିବାରଙ୍କୁ ଜଙ୍ଗଲ ଅଧିକାର ପଟ୍ଟାରୁ ବଞ୍ଚିତ କରାଗଲା।

ବର୍ତ୍ତମାନ ସ୍ଥିତିରେ ସେମାନଙ୍କୁ ନିଜ ଭିଟାମାଟି ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି। ଦେବଗଡ଼ର ପାଉଡ଼ି ଭୂୟାଁ ଆଦିମ ଜନଜାତି ସମୁଦାୟର। କିନ୍ତୁ ସେମାନଙ୍କୁ ମଧ୍ୟ ଆଦିବାସୀ ମାନ୍ୟତା ନ ମିଳିବାରୁ ପ୍ରକୃତ ବିକାଶ ହୋଇ ପାରୁନାହିଁ। ବନାନଗତ ତ୍ରୁଟି କିମ୍ବା ଅନ୍ୟ ଯେକୌଣସି କାରଣ ରାଜ୍ୟର ଏତେସଂଖ୍ୟକ ଆଦିବାସୀ ସମୁଦାୟଙ୍କୁ ଆଦିବାସୀ ମାନ୍ୟତା ନମିଳିବାରୁ ସେମାନଙ୍କୁ ବିକାଶ ପ୍ରକ୍ରିୟା ସାମିଲ କରାଯାଇ ପାରୁନାହିଁ କି ସ୍ଥିତିର ଉନ୍ନତି ହେଉନାହିଁ। କେନ୍ଦ୍ରର ଏହି ଉତ୍ତର ଅନୁସାରେ ପ୍ରକୃତରେ ରାଜ୍ୟ ଯଦି କେବଳ ୩ଟି ସମୁଦାୟକୁ ଆଦିବାସୀ ମାନ୍ୟତା ପାଇଁ ପ୍ରସ୍ତାବ ଦେଇଛି, ତେବେ ଏତେ ବର୍ଷ ଧରି ରାଜ୍ୟବାସୀଙ୍କୁ ବର୍ତ୍ତମାନର ସରକାର କାହିଁକି ଭଣ୍ଡାଉଛନ୍ତି? ଯଦି ରାଜ୍ୟର ୧୬୦ ସମୁଦାୟଙ୍କୁ ଆଦିବାସୀ ମାନ୍ୟତା ପାଇଁ ନିୟମିତ ପ୍ରସ୍ତାବ ଦେଇ ଆସୁଛି ତେବେ କେନ୍ଦ୍ର ଜଣେ ସାଂସଦଙ୍କୁ ଅସତ୍ୟ ତଥ୍ୟ ଦେଇଥିଲେ ସାଂଘାତିକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।