ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଦିତ୍ୟ ଅଶ୍ବିନୀ ହସପିଟାଲରେ କରୋନା ଆକ୍ରାନ୍ତ ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ହେବ

ଭୁବନେଶ୍ବର : ଏଣିକି ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ ହସପିଟାଲରେ କରୋନା ସଂକ୍ରମିତ ହେଉଥିବା ଡାକ୍ତର ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା କରାଯିବ । ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କରୋନା ରୋଗୀମାନଙ୍କୁ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଇ ସେମାନେ କରୋନା ବିରୋଧୀ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ କରୋନା ଆକ୍ରାନ୍ତ ହେବା ପରେ ସେମାନେ ଡାକ୍ତରଖାନାରେ ଠିକ ସମୟରେ ଶଯ୍ୟା ପାଇପାରୁନାହାନ୍ତି । ଏହାଫଳରେ ସେମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଅଥବା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ୁଛନ୍ତି । ଏଣୁ କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ହସପିଟାଲର ବ୍ୟବସ୍ଥା କରିବାକୁ ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଦାବି ହୋଇଆସୁଥିଲା ।

ଆଇଏମଏର ଓଡ଼ିଶା ଚାପ୍ଟରର ତଥ୍ୟ ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇସାରିଲେଣି ଓ ଶତାଧିକ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ତାଲିକାରେ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା ମିଶାଇଲେ ତାହା ଆହୁରି ଅଧିକ ହେବ । ସେହିପରି ଏପର୍ଯ୍ୟନ୍ତ ରାଜ୍ୟରେ ୬ ଜଣ ଆୟୁଷ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ