ଦେଶ ବିଦେଶ

ଆଦାନି-ହିଣ୍ଡେନ୍‌ବର୍ଗ ମାମଲା: ମୁଦା ଲଫାପାରେ ରିପୋର୍ଟ ଦେଲା କମିଟି

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବି‌ରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଯେଉଁ କମିଟି ଗଠନ କରିଥିଲେ ତାହା ମୁଦା ଲଫାପାରେ ରିପୋର୍ଟ ଦାଖଲ କରିଛି। ଏହି ମାମଲାର ତଦନ୍ତ ଲାଗି ସୁପ୍ରିମକୋର୍ଟ ୬-ଜଣିଆ କମିଟି ଗଠନ କରିଥିଲେ। କୋର୍ଟ କହିଥିବା ସବୁ ବିଷୟରେ କମିଟି ତଦନ୍ତ କରିଛି ନା ନାହିଁ ଜଣାପଡ଼ିନାହିଁ। କମିଟି ଅଧିକ ସମୟ ଚାହୁଛି କି ନାହିଁ ତାହା ମଧ୍ୟ ଜଣାପଡ଼ିନି। ଏହି ମାମଲାର ଶୁଣାଣି ଚଳିତ ମାସ ୧୨ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହେବ।

ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ ଏମ୍ ସାପ୍ରେଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ସେଥିରେ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ କେ ଭି କାମାଥ, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ପ୍ରତିଭୂତି ଆଇନଜୀବୀ ସୋମଶେଖର ସୁନ୍ଦରସନ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ ପି ଦେବଧର ସଦସ୍ୟ ରହିଛନ୍ତି। ଏହି ମାମଲରେ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଦୁଇ ମାସ ଭିତରେ ତଦନ୍ତ ସାରିବାକୁ ସେବିକୁ କୋର୍ଟ କହିଥିଲେ। ତଦନ୍ତ ପାଇଁ ଆଉ ଛଅ ମାସ ସମୟ ଦେବାକୁ ସେବି ଏପ୍ରିଲ୍ ୨୯ରେ କୋର୍ଟଙ୍କୁ ଅନୁରୋଧ କରିଥିଲା।

ଅନ୍ୟପକ୍ଷରେ, ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ କରିଥିବା ସମସ୍ତ ଅଭିଯୋଗକୁ ମରିସସର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସୀରୁଟୁନ ଭିତ୍ତିହୀନ ବୋଲି କହିଛନ୍ତି। ମରିସସ୍‌ରେ ଆଦାନିର ଜାଲ୍ କଂପାନି ଥିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସଂସଦରେ ସେ ଏହି ଉତ୍ତର ଦେଇଛନ୍ତି। ‌ସେ କହିଛନ୍ତି ଯେ ନିୟମ ଅନୁସ‌ାରେ ମରିସସରେ ଜାଲ କଂପାନି ଗଠନ ଲାଗି ଅନୁମତି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ