ଖେଳ ଦେଶ ବିଦେଶ ମନୋରଞ୍ଜନ

ଆଥିୟାଙ୍କ ୱିଶ୍ ପୁରା କଲେ କେଏଲ ରାହୁଲ

ମୁମ୍ବାଇ ୨୪/୧୨ : ଆଥିୟା ସେଟ୍ଟୀ ଓ କେଏଲ ରାହୁଲଙ୍କ ମଧ୍ୟରେ ବୁଧବାର ଦିନ ସୋସିଆଲ ମିଡ଼ିଆ ଜରିଆରେ ଏକ ସୁନ୍ଦର ଆଦାନ-ପ୍ରଦାନ ହୋଇଛି। ଫୁଲ ପ୍ରତି ନିଜର ଦୁର୍ବଳତା ବଖାଣିଥିଲେ ଆଥିୟା। ଏହାପରେ କ୍ରିକେଟର ରାହୁଲ ତାଙ୍କ ଇଚ୍ଛା ପୁରା କରିଥିଲେ। ଆଥିୟା ଓ ରାହୁଲ ସବୁବେଳେ ସୋସିଆଲ ମିଡ଼ିଆରୁ ବଞ୍ଚିବା ଯିବା ପାଇଁ ଚେଷ୍ଟା କରନ୍ତି। ଯାହାଫଳରେ ଉଭୟଙ୍କ ସମ୍ବନ୍ଧକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ।

ଆଥିୟା ସୂର୍ଯ୍ୟମୁଖୀ ଫୁଲର ଏକ ବୁକ୍କେ ଧରି ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “ଫୁଲ ମୋତେ ଖୁସି ଦେଇଥାଏ”।

ଏହାପରେ ରାହୁଲ କମେଣ୍ଟ ସେକ୍ସନରେ ତାଙ୍କ ପାଇଁ ଫୁଲର ଇମୋଜୀ ସେୟାର କରିଥିଲେ। ନଭେମ୍ବରରେ ରାହୁଲ ଆଥିୟାଙ୍କ ପାଇଁ ଏକ ସୁନ୍ଦର ଜନ୍ମଦିନ ପୋଷ୍ଟ ସେୟାର କରିଥିଲେ।

ଏବେ ସୁଦ୍ଧା ଆଥିୟା ଓ ରାହୁଲ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଆଥିୟା ଓ ରାହୁଲ ନିଜ ବନ୍ଧୁଙ୍କ ସହ ମିଶି ଥାଇଲ୍ୟାଣ୍ଡରେ ନୂଆବର୍ଷ ପାଳନ କରିଥିଲେ। ଫ୍ୟାସନ ଡିଜାଇନର ବିକ୍ରମ ଫଡନିସ୍ ଆଥିୟା ଓ ରାହୁଲଙ୍କ ସମ୍ବନ୍ଧକୁ ନେଇ ଅପପ୍ରଚାର କରିଥିଲେ। ସେ ଆଥିୟାଙ୍କ ଏକ ପୋଷ୍ଟରେ କମେଣ୍ଟ କରିଥିଲେ ଯେ, ‘ଆଜିକାଲି ବହୁତ ହାଇପର ଓ ଏକ୍ସାଇଟେଡ ଲାଗୁଛ…କେଏଲ ରାହୁଲଙ୍କ ପାଖକୁ ଯାଅ…???

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ