ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆତ୍ମହତ୍ୟା ମନୋବୃତି ରଖୁଥିବା ବ୍ୟକ୍ତିଙ୍କୁ କେମିତେ ଚିହ୍ନିବେ ? ଆପଣଙ୍କ ଗୋଟିଏ ପଦକ୍ଷେପ ବଞ୍ଚାଇ ପାରିବ ଜଣକ ଜୀବନ

ଭୁବନେଶ୍ୱର ୧୭/୦୩ : ଆତ୍ମହତ୍ୟା କୌଣସି ମାନସିକ ରୋଗ ନୁହେଁ ବରଂ କିଛି ମାନସିକ ବିକାରର ଗମ୍ଭୀର ପରିଣାମ। ନିଜେ ନିଜ ଜୀବନ ନେବାକୁ ଆତ୍ମହତ୍ୟା ଭାବେ ପରିଭାଷିତ କରାଯାଇଛି। ଏହି ପ୍ରସଙ୍ଗରେ କଥା ହେବା ବା ଆଲୋଚନା କରିବା କଳଙ୍କ ବୋଲି କୁହାଯାଏ। ସେଥିପାଇଁ ଏ ପ୍ରସଙ୍ଗରେ ଆଲୋଚନା କଲେ ଅସଞ୍ଜତ ଅନୁଭବ କରନ୍ତି। ଏହି କଳଙ୍କ ଅନେକ ସମୟରେ ଜଣେ ବ୍ୟକ୍ତିକୁ ନିଜ ଅନ୍ତର୍ଦ୍ୱନ୍ଦ ପ୍ରକାଶ କରିବାକୁ ରୋକି ଦେଇପାରେ। ଏହା ଲୋକଙ୍କୁ ବନ୍ଧୁ ଓ ପରିବାର ଲୋକଙ୍କୁ ଆତ୍ମହତ୍ୟାର ବିଚାର କରିବା ନେଇ ପ୍ରଶ୍ନ କରିବାକୁ ମଧ୍ୟ ରୋକିପାରେ।

ଜଣେ ନିଜର ଅପ୍ରିୟ ସ୍ଥିତିର ମୁକାବିଲା କରିବାକୁ ଅକ୍ଷମ ଅନୁଭୂତ କଲେ ଆତ୍ମହତ୍ୟା ପ୍ରବୃତି ମନକୁ ଆସିଥାଏ। ବିଶେଷ କରି ଆର୍ଥିକ ସଙ୍କଟ, ପ୍ରିୟଜନଙ୍କ ମୃତ୍ୟୁ, ସମ୍ବନ୍ଧରେ ଫାଟ ଆଦି ସ୍ଥିତିରେ ଆତ୍ମହତ୍ୟା ସ୍ଥିତି ଉପୁଜିଥାଏ। କିଛି ଦୁଃଖ, ଯୌନ ଶୋଷଣ, ପଶ୍ଚାତାପ, ବେକାରୀ ସମସ୍ୟା କିମ୍ବା ଜୀବନରେ ଘଟିଯାଇଥିବା କିଛି ଘଟଣା ମଧ୍ୟ ଆତ୍ମହତ୍ୟା ବିଚାରର କାରଣ ହୋଇପାରେ।

କେଉଁ କେଉଁ କାରଣ ଯୋଗୁଁ ମନରେ ଆତ୍ମହତ୍ୟା ବିଚାର ଆସିପାରେ…

୧. ହିଂସା କିମ୍ବା ଆତ୍ମହତ୍ୟାର ପାରିବାରିକ ଇତିହାସ

୨. ଯୌନ ଶୋଷଣ

୩. ମାନସିକ ବିକାରଗ୍ରସ୍ତ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା

୪. ହତାଶ ଭାବନା

୫. ଏକଲାପଣ

୬. ଆର୍ଥିକ ସଙ୍କଟ କିମ୍ବା କୌଣସି ପ୍ରିୟଜନଙ୍କ ହାନି

୭. ଶାରୀରିକ ରୋଗ କିମ୍ବା ମାନସିକ ଅବସାଦ

୮. ବନ୍ଧୁକ କିମ୍ବା ଅନ୍ୟ କୌଣସି ଅସ୍ତ୍ର ରଖିବା

୯. ଋଣର ସମ୍ମୁଖୀନ ହେବା

୧୦. ନିଶା କିମ୍ବା ମଦ୍ୟପାନର ପ୍ରଭାବ

ଆତ୍ମହତ୍ୟା ସ୍ଥିତି କେତେବେଳେ ଅଧିକ ଭୟଙ୍କର ହୋଇଥାଏ…

ଡିପ୍ରେସନ, ସ୍କିଜୋପ୍ରୋନିୟା, ବାଇପୋଲାର ଡିସଅର୍ଡର, ପୁରୁଣା ମସ୍ତିସ୍କ ରୋଗ, ପୁରୁଣା ଯନ୍ତ୍ରଣା, ଏକଲାପଣ, ବର୍ଡ଼ର ଲଇଁ ପର୍ସନାଲିଟି ଡିସଅର୍ଡର, ପୋଷ୍ଟ ଟ୍ରମାଟିକ୍ ଷ୍ଟେଟ ଡିସଅର୍ଡର।

ପରିବାର କିମ୍ବା ବନ୍ଧୁ ଜଣେ ବ୍ୟକ୍ତିର ବ୍ୟବହାର ଓ ଗତିବିଧିରୁ ଅନ୍ଦାଜା ଲଗାଇ ପାରିବେ ଯେ ବ୍ୟକ୍ତି ମନରେ ଆତ୍ମହତ୍ୟା ଚିନ୍ତାଧାରା ଉପୁଜିଛି। ଆତ୍ମହତ୍ୟା ବିଚାର ରଖୁଥିବା ବ୍ୟକ୍ତି କଥାବାର୍ତ୍ତା ହୋଇ କିମ୍ବା ନିଜ କଷ୍ଟ ଦର୍ଶାଇ ସାହାଯ୍ୟ ମାଗିପାରିବେ। ନ୍ୟାସନା ଇନଷ୍ଟିଚ୍ୟୁଟ ଫର ମେଣ୍ଟାଲ ହେଲ୍ଥ ମାନସିକ ଅବସାଦ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ କିଛି ଉପାୟ ବାହାର କରିଛନ୍ତି। ପୀଡିତଙ୍କୁ ଆତ୍ମହତ୍ୟା ବିଚାର ସମ୍ପର୍କରେ ପଚାରିବା ଉଚିତ। ରିସର୍ଚ୍ଚରେ ଖୁଲାସା ହୋଇଛି ଯେ ପଚରାଇଲେ ବିପଦ ବଢ଼ିନଥାଏ ବରଂ କମିଯାଇଥାଏ। ପୀଡିତ ବ୍ୟକ୍ତିଙ୍କ ପାଖରେ ରହିବା ଉଚିତ। ତାଙ୍କ ପାଖରେ ଅସ୍ତ୍ର, ଔଷଧ ଆଦି ନ ରଖି ତାଙ୍କୁ ସୁରକ୍ଷିତ ରଖିପାରିବେ। ମେଡିକାଲ ସହାୟତା ପାଇଁ ତାଙ୍କୁ ପ୍ରେରିତ କରିପାରିବେ। ପାରିବାରିକ ସଦସ୍ୟ କିମ୍ବା ଧାର୍ମିକ ଗୁରୁଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ ଯିଏ ସହାୟକ ପ୍ରମାଣିତ ହୋଇପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ