ଦେଶ ବିଦେଶ ମନୋରଞ୍ଜନ

ଆତ୍ମହତ୍ୟା ପୂର୍ବରୁ ଟିକ୍‌ଟକ୍‌‌ରେ ଦେଲେ ସୂଚନା

ଆମେରିକାର ୧୮ ବର୍ଷୀୟ ଟିକ୍‌ଟକ୍ କ୍ବିନ୍‌ ଡାଝାରିଆ କ୍ବିଣ୍ଟ୍ ନୋୟେସ୍ ସୋମବାର ଆତ୍ମହତ୍ୟା କରିଛନ୍ତି। ଡାଝାରିଆ ଡି’ ନାଁରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ଏହି ଟିକ୍‌ଟକ୍ ସେଲିବ୍ରିଟିଙ୍କ ମୃତ୍ୟୁରେ ତାଙ୍କ ପରିବାରଲୋକେ ଦୁଃଖ ପ୍ରକାଶ କରିବା ସହ ଝିଅର ସ୍ମୃତି ଉଦ୍ଦେଶ୍ୟରେ ‘ଗୋ ଫଣ୍ଡ ମି’ ନାମରେ ଫେସବୁକ୍‌ରେ ଏକ ପେଜ୍ ଖୋଲିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡାଝାରିଆ ଆତ୍ମହତ୍ୟାର ଦିନକ ପୂର୍ବରୁ ଟିକ୍‌ଟକ୍‌ରେ ଏକ ଭିଡିଓ ପୋଷ୍ଟ୍ କରି ଲେଖିଥିଲେ, ମୁଁ ସମସ୍ତଙ୍କୁ ବିରକ୍ତ କରୁଛି, ଏକଥା ମୋତେ ଜଣାଅଛି। ତେଣୁ ଏହା ମୋର ଶେଷ ପୋଷ୍ଟ। ତେବେ ଟିକ୍‌ଟକ୍‌ରେ ପ୍ରାୟ ୟୁଜର୍ସ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ପ୍ରତିଦିନ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ତେଣୁ ଡାଝାରିଆଙ୍କ ପ୍ରଶଂସକମାନେ ମଧ୍ୟ ପୋଷ୍ଟକୁ ଏତେ ଗୁରୁତ୍ବ ଦେଇନଥିଲେ। ତେବେ ପରେ ଡାଝାରିଆଙ୍କ ଦେହାନ୍ତ ଖବର ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ