ରାଜ୍ୟ

ଆତ୍ମହତ୍ୟା ଖବର ପରିବେଷଣ ନେଇ ଗଣମାଧ୍ୟମ କର୍ମଶାଳା: ଜୀବନ ସୁନ୍ଦର, ଏହାକୁ ଉପଭୋଗ କରନ୍ତୁ

ଭୁବନେଶ୍ବର : ଏ ଜୀବନ ଓ ପୃଥିବୀ ଖୁବ ସୁନ୍ଦର। ମଣିଷ ପ୍ରତିଦିନ ଜିଏଁ, ଗୋଟିଏ ଦିନ ମରିଯାଏ। ତା’ପରେ ସବୁ ସରିଯାଏ। ତେଣୁ ଏ ସୁନ୍ଦର ଜୀବନକୁ ସମସ୍ତେ ଉପଭୋଗ କରନ୍ତୁ। ଆତ୍ମହତ୍ୟାର ଖବର ଦିଅନ୍ତୁ କିନ୍ତୁ ଆତ୍ମହତ୍ୟା ପ୍ରବଣତାରୁ ଲୋକଙ୍କୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ସହିତ ସକାରାତ୍ମକ ଖବର ପ୍ରସାରଣ କରନ୍ତୁ। ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଥିବା ଟୋଲ ଫ୍ରି ନମ୍ବର ୧୪୪୧୬ର ମଧ୍ୟ ସର୍ବାଧିକ ପ୍ରଚାର ପ୍ରସାର କରନ୍ତୁ। ଆତ୍ମହତ୍ୟା ନିରାକରଣ ଦିଗରେ ଗଣମାଧ୍ୟମର ଖବର ପ୍ରସାରଣର ଭୂମିକା ଏବଂ ନୈତିକତା ନେଇ ଆୟୋଜିତ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି।

ୱାନ ହେଲ୍ଥ ଫାଉଣ୍ଡେସନ ଅଫ ଓଡ଼ିଶା ଏବଂ ବିପବସାର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଉପସ୍ଥିତ ବକ୍ତାମାନେ କହିଥିଲେ, ଆତ୍ମହତ୍ୟା ନିରାକରଣ ଦିଗରେ ସାଂସ୍କୃତିକ ଓ ସାମାଜିକ ପରିବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। ଯାହା ଗଣମାଧ୍ୟମ ତିଆରି କରିପାରିବ। ତେଣୁ ଏଭଳି ସୂଚନା ପ୍ରଦାନ କରାଯିବା ଉଚିତ ଯାହା ଆତ୍ମହତ୍ୟା ଏବଂ ଆଖପାଖରେ ଥିବା ଭ୍ରମ ଧାରଣାକୁ ହ୍ରାସ କରିବ। ଶିଶୁ, କିଶୋର ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଆତ୍ମହତ୍ୟା ରିପୋର୍ଟିଂ ବେଳେ ସାବଧାନତା ଅବଲମ୍ବନ କରାଯିବା ଉଚିତ। ଯେପରି ଏହା ଅତି ରୋଚକ କିମ୍ବା ଅତିରଞ୍ଜିତ ଭାବରେ ପରିବେଷିତ ହେବ ନାହିଁ। ସର୍ବୋପରି ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ ନୁହେଁ। ତେଣୁ ଅପରାଧ କାହାଣୀ ଭଳି ଏହାକୁ ଜଣାଇବା ଉଚିତ ନୁହେଁ। ବରଂ ଏହା ଏକ ସ୍ବାସ୍ଥ୍ୟ ସମସ୍ୟା। ତେଣୁ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟିଂ କରୁଥିବା ସାମ୍ବାଦିକମାନେ ଏହାର ରିପୋର୍ଟିଂ କରିବା ପାଇଁ ପରାମର୍ଶ ଦିଆଯାଇ ଥିଲା। ଶିଶୁ ଆତ୍ମହତ୍ୟା ରିପୋର୍ଟିଂ ବେଳେ କାହାଣୀ ସହିତ ଗ୍ରାଫିକ ଚିତ୍ର ପ୍ରଦର୍ଶନ ନକରିବା ପାଇଁ କୁହାଯାଇଥିଲା।

ଡାକ୍ତର ଅଭିପ୍ସା ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବିପବସାରର ପ୍ରତିଷ୍ଠାତା ସଦସ୍ୟ ଜିଜ୍ଞାସା ଇପସିତା ପଟ୍ଟନାୟକ ଓ ଉଦିତ ପଣ୍ଡା ଆତ୍ମହତ୍ୟା ରିପୋର୍ଟିଂର ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ମନ୍ତ୍ରୀ, ପ୍ରମେୟର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, କିଟ୍‌ ବିଶ୍ବବିଦ୍ୟାଳୟର ଡ. ସ୍ବୟଂ ସାମନ୍ତରା, ଖୋର୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ ଜ୍ୟୋତି ସାହୁ ଆତ୍ମହତ୍ୟା ରିପୋର୍ଟିଂରେ ଗଣମାଧ୍ୟମ ଭୂମିକାର ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।