ଦେଶ ବିଦେଶ ମନୋରଞ୍ଜନ

ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ସୌଜନ୍ୟା

ହାଇଦ୍ରାବାଦ: କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟା ଆତ୍ମହତ୍ୟା କରିଛନ୍ତି। ସେ ନିଜେ ରହୁଥିବା ଆପାର୍ଟମେଣ୍ଟ ଭିତରେ ଆତ୍ମହତ୍ୟା କରିଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ୍‌ ଆଜି ସକାଳୁ ସୌଜନ୍ୟାଙ୍କ ଘର ଭିତରୁ ତାଙ୍କର ମୃତଦେହ ଜବତ କରିବା ସହ ଏକ ସୁଇସାଇଡ ନୋଟକୁ ମଧ୍ୟ ଜବତ କରିଛି।


ମାତ୍ର ୨୫ ବର୍ଷ ବୟସ୍କା ଏହି ଲୋକପ୍ରିୟ ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା ଘଟଣା କନ୍ନଡ ଟିଭି ଜଗତରେ ଶୋକର ଛାୟା ଖେଳାଇଦେଇଛି। ସୌଜନ୍ୟାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟାର ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ ଓ ଆତ୍ମହତ୍ୟାର ବିଭିନ୍ନ ଦିଗକୁ ଯାଞ୍ଚର ପରିସର ଭୁକ୍ତ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ଜବତ ହୋଇଥିବା ତିନି ପୃଷ୍ଠା ବିଶିଷ୍ଟ ସୁଇସାଇଡ ନୋଟରେ ସୌଜନ୍ୟା ଏଭଳି ନିଷ୍ପତ୍ତି ନେଉଥିବାରୁ ବାପା-ମା’ଙ୍କୁ କ୍ଷମା ମାଗିଛନ୍ତି। ସୁଇସାଇଡ ନୋଟରେ ୩ ଦିନ ପୂର୍ବର ତାରିଖ ରହିଛି। ଅର୍ଥାତ୍‌ ୩ ଦିନ ପୂର୍ବରୁ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇ ସାରିଥିଲେ ସୌଜନ୍ୟା। ଟିଭିରେ ଅଭିନୟ କରୁଥିବାରୁ ସୌଜନ୍ୟା ନିକଟରେ ବାଙ୍ଗାଲୋରକୁ ସିଫ୍‌ଟ ହୋଇଥିଲେ। ତେବେ ମିଳିଥିବା ସୂଚନା ମୁତାବକ, ସୌଜନ୍ୟା ନିଜର ଖରାପ ସ୍ୱାସ୍ଥ୍ୟବସ୍ଥା ଓ ଟିଭି ଜଗତରେ ସାମ୍ନା କରୁଥିବା ସମସ୍ୟା ପାଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏପରିକି ସୁଇସାଇଡ ନୋଟରେ ମଧ୍ୟ ନିଜର ସ୍ୱାସ୍ଥ୍ୟ ସମସ୍ୟା କଥା ଉଲ୍ଲେଖ କରିଛନ୍ତି ସୌଜନ୍ୟା। ତେବେ, ଅନୋନ୍ୟପାୟ ହୋଇ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଉଥିବାରୁ ସୌଜନ୍ୟା ବାପା-ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ