ଅପରାଧ ରାଜ୍ୟ

ଆତ୍ମହତ୍ୟା ଉଦ୍ୟମକୁ ନେଇ ହାଇ-ଭୋଲଟେଜ୍ ଡ୍ରାମା, ଆମ୍ବ ଗଛର ୭୦ଫୁଟ ଉଚ୍ଚରୁ ନାବାଳିକାଙ୍କୁ ଉଦ୍ଧାର କଲେ ଯୁବକ

ନବରଙ୍ଗପୁର ୨୯।୭: ୭୦ ଫୁଟ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଦେବଦୂତ ସାଜି ଜୀବନ ରକ୍ଷା କଲେ ଯୁବକ। ଅଗ୍ନିଶମ ବିଭାଗ ଓ ପୋଲିସର ସହାୟତାରେ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ଏକ ଘଣ୍ଟା କାଳ ଧରି ଚାଲିଥିଲା ଏହି ହାଇ ଭୋଲଟେଜ୍ ଡ୍ରାମା। ଘର ଲୋକଙ୍କ ସାମାନ୍ୟ କଥାକୁ ନେଇ ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ଗାଁ ନିକଟ ଏକ ଆମ୍ବ ଗଛରେ ଚଢ଼ି ଯାଇଥିଲେ । ଗଛର ୭୦ ଫୁଟ ଉଚ୍ଚକୁ ଯାଇ ଆମ୍ବ ଗଛର ଡାଳରେ ଓଢଣୀ ବାନ୍ଧି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସମୟରେ ଦେବଦୂତ ସାଜି ଠିକ୍ ସମୟରେ ସୁଭାଷ ଚନ୍ଦ୍ର କୁମ୍ଭାର ନାମକ ଯୁବକ ନାବାଳିକାଙ୍କ ଜୀବନ ରକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକା କୌଣସି ଏକ କାରଣ ବଶତଃ ଘରେ ଝଗଡା କରି ଆତ୍ମହତ୍ୟା କରିବା ପାଇଁ ଗାଁ ପାଖ ଏକ ଆମ୍ବ ଗଛରେ ଚଢି ଯାଇଥିଲେ । ଗଛରେ ପ୍ରାୟ ୭୦ ଫୁଟ ଚଢ଼ିବା ପରେ ନାବାଳିକା ଜଣଙ୍କ ତାଙ୍କ ଓଢଣୀକୁ ଗଛର ଡାଳରେ ବାନ୍ଧି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସମୟରେ ସେହି ସ୍ଥାନରେ ଉପସ୍ଥିତ ଥିବା ସୁଭାଷ ଚନ୍ଦ୍ର କୁମ୍ଭାର ନାମକ ଯୁବକ ନାବାଳିକାଙ୍କୁ ଗତିବିଧି ଉପରେ ସନ୍ଦେହ କରିଥିଲେ । ନାବାଳିକାଙ୍କ ପଛରେ ଲୁଚି ଲୁଚି ଯାଇ ସେ ମଧ୍ୟ ଗଛରେ ଚଢି ଯାଇଥିଲେ । ଫଳରେ ନାବାଳିକା ଆତ୍ମହତ୍ୟା କରିବା ପାଇଁ ବେକରେ ଫାଶୀ ଦେଇ ଡେଇଁ ପଡିବା ସମୟରେ ସୁଭାଷ ନାବାଳିକାଙ୍କୁ ଧରି ପକାଇଥିଲା । ଦାନ୍ତର ଓଢଣୀଟିକୁ କାଟିଦେଇ ନାବାଳିକାଙ୍କ ହାତ ଧରି ପ୍ରାୟ ଏକ ଘଣ୍ଟା କାଳ ଆମ୍ବ ଗଛର ୭୦ ଫୁଟ ଉଚ୍ଚରେ ଝୁଲିକି ରହିଥିଲେ । ପରେ ଗଛ ତଳ ଦେଇ ଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ ।

ସୁଭାଷଙ୍କ ଡାକ ଶୁଣି ପରିସ୍ଥିତି ଦେଖିବା ପରେ ଲୋକେ ଡାବୁଗାଁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଫୋନ୍ କରିଥିଲେ ।ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗଛର କିଛି ଦୂର ପର୍ଯ୍ୟନ୍ତ ସିଡ଼ି ଦେଇ ତାପରେ ରଶି ମାଧ୍ୟମରେ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଘଟଣା ଦେଖିବାକୁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ନାବାଳିକାଙ୍କ ଜୀବନ ବଞ୍ଚାଇଥିବା ସୁଭାଷଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।