ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆତଙ୍କବାଦ ଷଡ଼ଯନ୍ତ୍ର ମାମଲାରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ

ନୂଆଦିଲ୍ଳୀ: ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଚଢ଼ାଉ ହୋଇଛି। କିଛି ଅ‌ାତଙ୍କବାଦୀ ଗୋଷ୍ଠୀ ସେମାନଙ୍କ ପାକିସ୍ତାନୀ କମାଣ୍ଡର୍‌ଙ୍କ ନିର୍ଦ୍ଦେଶରେ ଦେଶରେ ଅପରାଧିକ ଷଡଯନ୍ତ୍ର ରଚୁଥିବା ସୂଚନା ପାଇବା ପରେ ଏନ୍‌ଆଇଏ ଏହି ଚଢ଼ାଉ ଆରମ୍ଭ କରିଛି। ତେବେ ଚଢ଼ାଉ ଶ୍ରୀନଗର, ଅନନ୍ତନାଗ, କୁପୱାରା, ପୁଞ୍ଚ, ରାଜୌରୀ ଏବଂ କିସ୍ତ୍‌ୱାର୍‌ ଆଦି ସ୍ଥାନରେ ହୋଇଛି।

ମେ ୫ ତାରିଖରେ ରାଜୌରୀ ଜିଲ୍ଲାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ପାଞ୍ଚ ଜଣ ସେନା ଯବାନ ସହିଦ ହେବା ପରେ ଏହି ଚଢ଼ାଉ ହୋଇଛି। ଏହା ପୂର୍ବରୁ ଏପ୍ରିଲ୍ ୨୦ ତାରିଖ‌େରେ ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଜଣ ସେନା ଯବାନ ସହିଦ ହୋଇଥିଲେ। ଏନେଇ ପ୍ରତିରକ୍ଷା ଅଧିକାରୀ କହିଥିଲେ କି ସେନା ଗାଡ଼ିଟି ଭିମ୍‌ବେର୍‌ ଗାଲିରୁ ପୁଞ୍ଚ୍‌ର ସାଙ୍ଗିଓଟ୍‌କୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଗାଡି ଉପରକୁ ଗୁଳି ଚଳାଇଥିଲେ। ସୂତ୍ରରୁ ପ୍ରକାଶ ଯେ ପୂର୍ବରୁ ରଜୌରୀ ଏବଂ ପୁଞ୍ଚ ସେକ୍ଟର ଚାରିପାଖରେ ଥିବା ପାକ୍‌ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଗତିବିଧି ଲକ୍ଷ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ