ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆତଙ୍କବାଦୀଙ୍କ ଟାର୍ଗେଟରେ ବାହାର ରାଜ୍ୟର ହିନ୍ଦୁ, କାଶ୍ମୀର ଛାଡିବାକୁ ଦିଆଯାଉଛି ଧମକ

ନୂଆଦିଲ୍ଲୀ ୦୯/୦୬: ଏବେ କେବଳ କାଶ୍ମୀର ପଣ୍ଡିତ ନୁହେଁ ,କାଶ୍ମୀରରେ କାମ କରୁଥିବା ବାହାର ରାଜ୍ୟର ହିନ୍ଦୁମାନେ ବି ଆତଙ୍କୀଙ୍କ ଟାର୍ଗେଟରେ । କାଶ୍ମୀରରେ କାମ କରୁଥିବା କିଛି ରାଜସ୍ଥାନର ବ୍ୟକ୍ତି ଏବେ କାଶ୍ମୀର ଛାଡ଼ିବାକୁ ବାଧ୍ୟ ହେଲେଣି । କାରଣ ଆତଙ୍କୀମାନେ ସେମାନଙ୍କୁ ଧମକାଇବା ସହ ଏବେ ତୁମ ନମ୍ବର ଆସୁଛି ବୋଲି କହିଛନ୍ତି । ତେଣୁ ଯଥାଶୀଘ୍ର କାଶ୍ମୀର ଛାଡ଼ିବାକୁ ଚେତାବନୀ ଦେଇଥିବା ସେମାନେ କହିଛନ୍ତି ।

ସୂଚନାନୁସାରେ, ଗତ ୬ ତାରିଖରେ ହନୁମାନଗଡ଼ର ବିଜୟ କୁମାରଙ୍କୁ ଆତଙ୍କୀ ଗୁଳିକରି ହତ୍ୟା କରିଥିଲେ । ଏହି ଡର ଏବେ ସେଠାରେ ଥିବା ୨୫୦ରୁ ଅଧିକ ରାଜସ୍ଥାନୀଙ୍କୁ ଡରାଇଛି । ପ୍ରତିଦିନ ସେମାନଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଜୀବନରେ ମାରିବାକୁ ଧମକ ମିଳୁଥିବାରୁ ,ସେମାନେ ଏବେ କାଶ୍ମୀର ଛାଡ଼ିବା ଆରମ୍ଭ କରିଛନ୍ତି । ଧମକରେ କୁହାଯାଇଛି ,ବନ୍ଧୁକରେ ଗୁଳି ଥିବା ପର୍ଯ୍ୟନ୍ତ ଅଣ କାଶ୍ମୀରଙ୍କ ଉପରେ ଗୁଳି ବର୍ଷା ଚାଲିବ । ଯହାକୁ ନେଇ ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

କିଛି ଦିନ ତଳେ ପ୍ରଶାସନ ପକ୍ଷରୁ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ମୁତୟନ ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଦିଆଯାଇଥିଲା। ଶ୍ରୀନଗର ସ୍ଥିତ ଚିଫ୍ ଏଜୁକେସନ୍ ଅଫିସରଙ୍କ ପକ୍ଷରୁ ଜାରି ଏକ ପତ୍ରରେ ଏନେଇ କୁହାଯାଇଥିଲା ।ତେବେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଥିଲା। କାରଣ କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ଲୋକଙ୍କ ଭିତରେ ଖୁବ୍ ଆକ୍ରୋଶ ରହିଛି। ଗତ ଗୁରୁବାର ଆତଙ୍କବାଦୀମାନେ ବ୍ୟାଙ୍କରେ ପଶି ରାଜସ୍ଥାନର ଜଣେ ଯୁବକକୁ ଗୁଳି କରି ହତ୍ୟା କରିଥିଲେ। ସେଭଳି ତା ପୂର୍ବରୁ କୁଲଗାମ ଜିଲ୍ଲାର ଏକ ସ୍କୁଲରେ ଆତଙ୍କବାଦୀମାନେ ଶିକ୍ଷୟତ୍ରୀ ରଜନୀ ବାଳାଙ୍କୁ ହତ୍ୟା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ