ଦେଶ ବିଦେଶ ସ୍ୱାସ୍ଥ୍ୟ

ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଏବଂ ସାଧାରଣ ନାଗରିକ ଆହତ

ନୂଆଦିଲ୍ଲୀ: ଶ୍ରୀନଗରରେ ଆତଙ୍କବାଦୀମାନେ ଆଜି ପୁଲିସ ଏବଂ ସିଆରପିଏଫର ମିଳିତ ଦଳ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଏନେଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଶ୍ରୀନଗରର ହୱାଲ ଅଞ୍ଚଳର ସାଜାଗରିପୋରାରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ସାଜାଗରିପୋରା ହୱାଲରେ ଏକ ପୁଲିସ୍ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏଥିରେ ଫାରୁକ୍ ଅହମ୍ମଦ ଚୋପନ୍ ନାମକ ଜଣେ ପୁଲିସ୍ କର୍ମଚାରୀ ଏବଂ ମୁନି ଅହମ୍ମଦ ନାମକ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ଉଭୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇ ଏବେ ସର୍ଚ୍ଚ ଅପରେସନ୍‌ ଚାଲିଛି ବୋଲି କାଶ୍ମୀର ଜୋନ୍ ପୁଲିସ୍ ଟୁଇଟ୍ କରି ସୂଚନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ