କଳା ଓ ସଂସ୍କୃତି ରାଜ୍ୟ

ଆଣ୍ଡାମାନ୍‌ରେ କଟକ ନୃତ୍ୟଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

କଟକ: ଆଣ୍ଡାମାନରେ ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ କଟକର ନୃତ୍ୟାନୁଷ୍ଠାନ ‘ସୁର୍‌ମନ୍ଦିର’ର ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି। ଓଡ଼ିଶୀ ନୃତ୍ୟଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁ ଓ ‘ସୁରମନ୍ଦିର’ ଅନୁଷ୍ଠାନର ୩୦ଜଣ ଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେଠାରେ ଏହି ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ କର୍ମଶାଳାରେ ଭାଗ ନେଇଥିଲେ।

କର୍ମଶାଳାରେ ନୃତ୍ୟଗୁରୁ ଶ୍ରୀମତୀ ସାହୁ ନୃତ୍ୟଶିକ୍ଷା ଉପରେ ତାଲିମ ଦେଇଥିଲେ। ଆଣ୍ଡମାନର କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିମନ୍ତ୍ରଣ ପାଇ ଅନୁଷ୍ଠାନର ସଂପାଦିକା ଗୁରୁ ଜ୍ୟୋତ୍ସ୍ନା ସାହୁ ଓ ତାଙ୍କ ଟିମ୍‌ ସେଠାକୁ ଗସ୍ତ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,