ଦେଶ ବିଦେଶ ରାଜ୍ୟ

ଆଣ୍ଡାମାନରେ ଓଡ଼ିଆ ନୌସେନା କର୍ମଚାରୀ ମୃତ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର

ଛତ୍ରପୁର: ଆଣ୍ତାମାନରେ ନୌସେନାରେ ମେଡିକାଲ ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟରତ ଛତ୍ରପୁର ନିକଟ ବାସନାପଲ୍ଲୀ (ଶାନ୍ତିନଗର)ର କେ.ସଂଗ୍ରାମ କୁମାରଙ୍କ ଅକାଳ ବିୟୋଗ ଘଟିଛି। ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସଂଗ୍ରାମଙ୍କ ଶବକୁ ଗ୍ରାମକୁ ଅଣାଯିବା ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ପ୍ରଥମେ ଭୁବନେଶ୍ବର ଓ ପରେ ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ବାସନାପଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଥିଲା।

କଲେଜ ଛକରୁ ଛତ୍ରପୁର ପୁଲିସ ପକ୍ଷରୁ ଶବକୁ ଅଣା ଯାଇଥିଲା। ଏହି ସମୟରେ କାନ୍ଦବୋବାଳିରେ ଗାଁ ପରିବେଶ ଫାଟିପଡ଼ିଥିଲା। ବନ୍ଧୁବାନ୍ଧବ, ପରିବାରବର୍ଗ ଓ ଗ୍ରାମବାସୀ ବାହୁନି ବାହୁନି କାନ୍ଦିବା ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ଶବକୁ ଚିକଲଖଣ୍ଡିସ୍ଥିତ ଶ୍ମଶାନକୁ ନିଆଯିବା ପରେ ନୌସେନା କର୍ମଚାରୀଙ୍କ ପକ୍ଷରୁ ସେଠାରେ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ପରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ସ୍ବର୍ଗତ ସଂଗ୍ରାମ ହେଉଛନ୍ତି ଚିକଲଖଣ୍ତି ଗ୍ରାମର ସ୍ବର୍ଗତ କେ.ବିଶ୍ବନାଥ ରାଓ ଏବଂ ସ୍ବର୍ଗତ ବି.ଦମୟନ୍ତିଙ୍କ ବଡ଼ପୁଅ। ଏହାସହିତ ସିପିଆଇ ଛତ୍ରପୁର ଜୋନାଲ୍ ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀଙ୍କ ଭଣଜା। ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ତି ଜୋନାଲ୍ ସମ୍ପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଚମାଖଣ୍ତି ସରପ‌ଞ୍ଚ ସିଏଚ୍.ମନୋଜ କୁମାର ରେଡ୍ଡୀଙ୍କ ସମେତ ବହୁ ଗ୍ରାମବାସୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ