ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଏକ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ। ମାଗଣା ଚାଉଳ ବଣ୍ଟନ ପାଇଁ କିଛି ମାତ୍ରାରେ କ୍ଷୁଧା ନିବାରଣ ହୋଇଛି ସତ ମାତ୍ର ଏହା ଦାରିଦ୍ର୍ୟ ଦୂର କରିପାରିବ ନାହିଁ। ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ପ୍ରଚାର ଓ ପ୍ରସାର ସଂପୂର୍ଣ୍ଣ ଭ୍ରମାତ୍ମକ। ରାଜ୍ୟରେ ଦାରିଦ୍ୟର ବାସ୍ତବ ଚିତ୍ରକୁ ଘୋଡ଼ାଇବା ପାଇଁ ଏକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଲେ, ନିତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ଦେଖିଲେ ତହିଁରେ ରାଜ୍ୟର ଦାରିଦ୍ର‌୍ୟର ଏକ ବିକଳ ଚିତ୍ର ସାମ୍ନାକୁ ଆସୁଛି। ବର୍ତ୍ତମାନ ସମୟରେ ରାଜ୍ୟରେ ରକ୍ତହୀନତା ଶିକାର ମହିଳାଙ୍କ ହାର ୬୪.୩ %। ସମାନ ଭାବରେ ୬-୫୯ ମାସ ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତାର ପରିମାଣ ୬୪.୨%। ମାତ୍ରାଧିକ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ୮%। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କଥା ନ କହିବା ଭଲ। ମହିଳା ଓ ଶିଶୁମାନେ ଯଦି ରକ୍ତହୀନତା, କୁପୋଷଣର ଶିକାର ହେଉଛନ୍ତି ତାହାର ମୁଖ୍ୟ କାରଣ ହେଉଛି ଦାରିଦ୍ର‌୍ୟ। ଦେଶରେ ଦରିଦ୍ରତମ ରାଜ୍ୟ ଭିତରେ ଅଷ୍ଟମ ସ୍ଥାନରେ ଓଡ଼ିଶା ରହିଛି। ମାଗଣା ଚାଉଳ ଭୋକିଲା ଲୋକର ଭୋକ ମେଣ୍ଟାଇପାରେ କିନ୍ତୁ ସୁସ୍ଥ ଜୀବନଯାପନ କରିବା ନିମନ୍ତେ ଜଣେ ବ୍ୟକ୍ତି ପାଇଁ ପୃଷ୍ଟିକର ଆହାର ନିତ୍ୟାନ୍ତ ଆବଶ୍ୟକ।

ଦରଦାମ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆ ନ ଯିବା ପରିତାପର ବିଷୟ। ରାଜ୍ୟରେ ଯଦି ଦାରିଦ୍ର‌୍ୟ ନ ଥିଲେ ଅପପୁଷ୍ଟି, କୁପୋଷଣ, ରକ୍ତହୀନତା, ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାରର ହାର ଏତେ ଅଧିକ ହୋଇ ନ ଥାନ୍ତା। ସେଥିପାଇଁ ରାଜ୍ୟ ସରକାର ଏକ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରିବା ସହିତ ୪୦ ଦିନ ଭିତରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଉ। ୨୦୦୨ ମସିହାରେ ଯେଉଁ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଇଥିଲା ତାହାର ରିପୋର୍ଟ ୨୦୦୮ ମସିହାରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ମାତ୍ର ଏହାକୁ ଏ ପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇନାହିଁ ? ବର୍ତ୍ତମାନ ଆଉ ଗୋଟିଏ କମିଟି ଗଠନ କରି ଜିଲ୍ଲା ଜିଲ୍ଲା ମଧ୍ୟରେ ଥିବା ବୈଷ୍ୟମତାକୁ ରିପୋର୍ଟ ଆଧାରରେ ସରକାର ରାଜ୍ୟବାସୀଙ୍କ ସାମ୍ନାରେ ରଖନ୍ତୁ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।