ଦେଶ ବିଦେଶ ରାଜନୀତି ଲାଇଫ୍ ଷ୍ଟାଇଲ

ଆଜି ୭୮ତମ ଜନ୍ମଦିନ ପାଳୁଛନ୍ତି ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ୍‌

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଆଜି ୭୮ ବର୍ଷରେ ପଦାର୍ପଣ କରୁଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ହେବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି।

୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବାକୁ ଥିବା ବାଇଡେନ୍‌ ଦେଶର ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଥିବା ରୋନାଲ୍‌ଡ୍‌ ରିଗାନ୍‌ ରେକର୍ଡ ଭାଙ୍ଗିବେ। ୧୯୮୯ରେ ହ୍ଵାଇଟ୍‌ ହାଉସ୍‌ ଛାଡ଼ିବା ବେଳେ ରିଗାନ୍‌ଙ୍କୁ ହୋଇଥିଲା ୭୭ ବର୍ଷ ୩୪୯ ଦିନ।

ଉଭୟ ଜୋ ବାଇଡେନ୍‌ ଏବଂ ତାଙ୍କ ଠାରୁ ୪ ବର୍ଷ ସାନ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବୟସ ଓ ସ୍ୱାସ୍ଥ୍ୟ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ କଳ୍ପନାଜଳ୍ପନା ଚାଲିଥିଲା।

ଯଦି ନିର୍ବାଚିତ ହୁଅନ୍ତି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ବିବରଣୀ ଗୁପ୍ତ ରଖିବେ ନାହିଁ ବୋଲି ‘ସିଏନ୍‌ଏନ୍‌’ ସହ ସାକ୍ଷାତ୍‌କାରରେ ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ।
ଗତ ଡିସେମ୍ବର ମାସରେ ବାଇଡେନ୍‌ଙ୍କ ପ୍ରଚାର ଅଭିଯାନ ତାଙ୍କ ମେଡିକାଲ୍‌ ରିପୋର୍ଟ ରିଲିଜ୍‌ କରିଥିଲା। ବାଇଡେନ୍‌ଙ୍କ ଚିକିତ୍ସକ ଡାକ୍ତର କେଭିନ୍‌ ଓ’କର୍ଣ୍ଣର୍‌ ସେଥିରେ ଲେଖିଥିଲେ, ବାଇଡେନ୍‌ ସୁସ୍ଥ ଏବଂ ଶୌର୍ଯ୍ୟବନ୍ତ। ରାଷ୍ଟ୍ରପତି କାର୍ଯ୍ୟ ସମ୍ପାଦନ ପାଇଁ ସେ ସମ୍ପୂର୍ଣ୍ଣ ଉପଯୁକ୍ତ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ