ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ସ୍ବାୟତ୍ତ ଶାସନ ଦିବସ: ପୁରୀ ପୌରପାଳିକା, ନିର୍ବାଚନ ଟାଳୁଛନ୍ତି ସରକାର

ପୁରୀ: ଶ୍ରୀକ୍ଷେତ୍ର ପୁରୀ ସହରକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ନାନା ଯୋଜନାର କରୁଛନ୍ତି। କିନ୍ତୁ ଯେଉଁ ସହର ପାଇଁ ଏତେ ସବୁ ବିକାଶର ସ୍ବପ୍ନ ଦେଖାଉଛନ୍ତି ସରକାର, ସେହି ସହର ଆଜି ନିଜ ଗୁରୁତ୍ବ ହରାଇଛି। ୫ ବର୍ଷ ପରେ ବି ପୁରୀ ପୌରପାଳିକା ନିର୍ବାଚନ ହୋଇପାରିନି। ଫଳରେ ନୂଆ ପୌର ପରିଷଦ ଗଠନ ହୋଇପାରିନି। ଅଗଷ୍ଟ ୩୧ରେ ସାରା ଦେଶ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଥିବାବେଳେ ୫ ବର୍ଷ ପରେ ବି ପରାଧୀନ ଜୀବନ କାଟୁଛନ୍ତି ପୁରୀ ପୌରାଞ୍ଚଳବାସୀ। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ତାଚ୍ଛଲ୍ୟ କରୁଛି। ସେପଟେ ଆଇନ ଅଦାଲତର ଦ୍ବାହି ଦେଇ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସରକାର ୫ ବର୍ଷ ହେଲାଣି ନିର୍ବାଚନକୁ ଅଟକାଇ ରଖିଛନ୍ତି ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ହାରିଯିବା ଭୟରେ ସରକାର ନିର୍ବାଚନକୁ ଟାଳି ଚାଲିଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ବେଙ୍ଗଲ ମ୍ୟୁନିସିପାଲିଟି ଆଇନ ଅନୁଯାୟୀ, ୧୯୮୧ ଏପ୍ରିଲ ୧ରେ ପୁରୀ ପୌରପାଳିକା ଗଠନ କରାଯାଇଥିଲା। ସେବେଠୁ ପୌର ପରିଷଦର କାର୍ଯ୍ୟକାଳ ‌‌ଶେଷ ପରେ ନିୟମିତ ନିର୍ବାଚନ ହେଉଥିଲା। ଏ ଭିତରେ ପୌରପାଳିକା ୱାର୍ଡ ସଂଖ୍ୟା ବଢ଼ି ୩୨ରେ ପହଞ୍ଚିଛି। ୨୦୧୪ ମସିହା ପୌର ପରିଷଦର ୫ ବର୍ଷ କାର୍ଯ୍ୟକାଳ ୨୦୧୮ ମସିହାରେ ପୂରିବା ପରେ ନା ଜିଲ୍ଲା ପ୍ରଶାସନ ପୁରୀ ପୌରପାଳିକାର ନୂଆ ପରିଷଦ ଗଠନ ଦିଗରେ ଗୁରୁତ୍ବ ଦେଉଛନ୍ତି, ନା ରାଜ୍ୟ ସରକାର। ଯେଉଁଠି ୨୦୧୪ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ପୌରପାଳିକାର ୱାର୍ଡ ପୁନର୍ଗଠନ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇ ନଥିଲା, ୨୦୧୮ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରହିଥିଲେ ବି କେହି ୱାର୍ଡ ପୁନର୍ଗଠନକୁ ଗୁରୁତ୍ବ ଦେଉନଥିଲେ, ସେଠି ୨୦୨୨ ମସିହାରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ଦ୍ବନ୍ଦ୍ବ କାହିଁକି ସୃଷ୍ଟି ହେଲା ବୋଲି ପୌରାଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ପୌରପାଳିକାରେ ଏବେ ଜରୁରୀକାଳୀନ ଶାସନ ଚାଲିଛି ବୋଲି ସହରାଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ପୂର୍ବତନ ନଗରପାଳିକା ତଥା ବିଜୁ ମହିଳା ଜନତା ଦଳ ସଭାନ୍ରେତୀ ଶାନ୍ତିଲତା ପ୍ରଧାନଙ୍କ କହିବା କଥା, ପୁରୀ ପୌରପାଳିକାର ‌ଶେଷ ବୋର୍ଡ ସମୟରେ ସେ ଉପନଗରପାଳ ଥିଲେ। ସେ ସମୟରେ ପୁରୀ ପୌରପାଳିକାର ୱାର୍ଡ ସଂଖ୍ୟା ୩୨ରୁ ୩୮କୁ ବୃଦ୍ଧି କରାଯିବ ବୋଲି ପ୍ରସ୍ତାବ ପାରିତ ହୋଇଥିଲା। ଏଣୁ ୱାର୍ଡ ସଂଖ୍ୟା ବୃଦ୍ଧି ‌ମତରେ ମୁଁ ସହମତ। କିନ୍ତୁ ପୌରପାଳିକା ନିର୍ବାଚନରେ ବିଳମ୍ବ କ୍ଷେତ୍ରରେ ମୁଁ ଏକମତ ନୁହେଁ। ପୁରୀ ପୌରପାଳିକା ନିର୍ବାଚନ ତତ୍କାଳ ହେବା ଜରୁରୀ। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ କହିବା କଥା, ବର୍ତ୍ତମାନ ପୁରୀକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ପ୍ରାୟ ୪ ହଜାର କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଜରିଆରେ ଖର୍ଚ୍ଚ କରୁଛନ୍ତି। ବାହାର ଅଧିକାରୀମାନେ ଏଥିରୁ ଶହ ଶହ କୋଟି ଟଙ୍କା ହଡ଼ପ ପାଇଁ ଯୋଜନା କରିଛନ୍ତି। ଯଦି ପୌରପାଳିକା ନିର୍ବାଚନ ହୋଇଯାଏ, ତେବେ କାଉନ୍‌ସିଲରମାନେ ଏହି ଦୁର୍ନୀତି ବାଟରେ କଣ୍ଟ ହୋଇ ଛିଡ଼ା ହେବେ। ଏଣୁ ଜାଣିଶୁଣି ପୁରୀ ପୌରପାଳିକା ନିର୍ବାଚନକୁ ଝୁଲାଇ ରଖାଯାଇଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।