ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି ସୁପ୍ରିମକୋର୍ଟରେ ଚିଟଫଣ୍ଡ ମାମଲା ଶୁଣାଣି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ସଂପର୍କୀତ ମାମଲାର ଶୁଣାଣି ହେବ। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ୍‌ ସି.ଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଆଜି ସଂଧ୍ୟାରେ ଏହି ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୌରବ ଅଗ୍ରୱାଲ ୧୧ ପୃଷ୍ଠାର ନୋଟ୍ ଦାଖଲ କରିଛନ୍ତି। ନୋଟ୍‌ରେ ସିବିଆଇ, ରାଜ୍ୟ ସରକାର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରଦତ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଉଲ୍ଲେଖ କରାଯାଇଛି।

ନୋଟରେ ଉଲ୍ଲେଖ କରାଯାଇଛି ଯେ ଏହି ଦୁର୍ନୀତିକୁ ନେଇ ସିବିଆଇ ପକ୍ଷରୁ ୪୪ ଟି ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସିବିଆଇ ୨୩ଟି ମାମଲାର ତଦନ୍ତ ଶେଷ କରିଛି। ୨୧ଟି ମାମଲାର ପ୍ରାରମ୍ଭିକ ଚାର୍ଜସିଟ ଦାଖଲ କରାଯାଇଛି ଓ ତଦନ୍ତ ଜାରି ରହିଛି। ଗୋଟିଏ ମାମଲାରେ ବିଚାର ଶେଷ ହୋଇଛି ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଛି। ୧୦୭୯ କୋଟି ଟଙ୍କାର କ୍ଷତିପୂରଣ ଆଦେଶ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆଦାୟ ହୋଇନାହିଁ। ସେହି ଭଳି ଇଡି ପିଏମ୍‌ଏଲ୍‌ଏ ଆଇନ-୨୦୦୨ ଅନୁସାରେ ୭ଟି ମାମଲା ରୁଜୁ କରିଛି। ୨ଟି ମାମଲାରେ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ୫ଟି ମାମଲାରେ ସଂପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି। ଓପିଆଇଡି ଆଇନ ୨୦୧୧ ଆଧାରରେ ରାଜ୍ୟ ସରକାର ୭ଟି କଂପାନିରୁ ୪ଟି କଂପାନିର ପ୍ରସିଡିଂ ନିଜ ହାତକୁ ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ କମିସନ୍‌ ଅଫ ଇନକ୍ବାରି ଜୁଲାଇ ୫, ୨୦୧୩ରେ ଗଠନ କରାଯାଇଥିଲା। ରାଜ୍ୟ ଦ୍ବାରା ଅକ୍ଟୋବର ୨୦, ୨୦୧୪ରେ ୩୦୦ କୋଟି ଟଙ୍କାର କରପସ୍‌ ପାଣ୍ଠି ସୃଷ୍ଟି କରାଯାଇଥିଲା। କମିସନଙ୍କ ଟର୍ମ ଅଫ ରେଫରାନ୍ସ ଡିସେମ୍ବର ୧୧, ୨୦୧୯ରେ ସଂଶୋଧିତ ହୋଇଥିଲା। ରାଜ୍ୟ ସରକାରଙ୍କ ଜବାବୀ ସତ୍ୟପାଠ ଅନୁସାରେ ଆଜି ସୁଦ୍ଧା ୨ ଲକ୍ଷ ୧୦ ହଜାର ୬୪୬ ଜମାକାରୀଙ୍କୁ ୮୩ କୋଟି ୪୬ ଲକ୍ଷ ୩୧ ହଜାର ୪୧୬ ଟଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ଆମିକସ୍‌ କ୍ୟୁରି ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ