ରାଜ୍ୟ

ଆଜି ସରିବ ସମ୍ପତ୍ତି ତାଲିକା ଦାଖଲ ଅବଧି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଜାନୁଆରି ୩୧, ୨୦୨୩ ସୁଦ୍ଧା ସମସ୍ତ ସରକାରୀ ଚାକିରିଆ (ଗ୍ରୁପ୍‌-ଏରୁ ଗ୍ରୁପ୍ ଡି ପର୍ଯ୍ୟନ୍ତ) ସେମାନଙ୍କର ଜାନୁଆରି ୧, ୨୦୨୨ ପର୍ଯ୍ୟନ୍ତ ଥିବା ସମସ୍ତ ସମ୍ପତ୍ତିର ବାର୍ଷିକ ତାଲିକା ଦାଖଲ କରିବେ। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଥିବା ଫର୍ମାଟ ଅନୁଯାୟୀ କର୍ମଚାରୀମାନେ ସେମାନଙ୍କ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ତାଲିକା, ଏହାର ମୂଲ୍ୟ ଆକଳନ କରି ଅପଲୋଡ୍‌ କରିବେ। ଯଦି କେହି ଏହି ସମ୍ପତ୍ତି ତାଲିକା ଧାର୍ଯ୍ୟ ସମ‌ୟରେ ଦେବେନି ତେବେ ସେମାନଙ୍କର ପଦୋନ୍ନତି ସମୟରେ ତାଙ୍କୁ ବିଚାରକୁ ନିଆଯିବନି। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମାର ଅବଧି ଆସନ୍ତାକାଲି ସରିବ। ହେଲେ ଏବେବି ବହୁ ସରକାରୀ ଅଧିକାରୀ/କର୍ମଚାରୀ ସମ୍ପତ୍ତି ତାଲିକା ଦେଇନାହାନ୍ତି। ତେଣୁ ଏବେ ସମ୍ପତ୍ତି ତାଲିକା ଦାଖଲ ଅବଧି ବଢ଼ିବ ନା ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ ତାହାକୁ ଅପେକ୍ଷା।

ଅଧିକରୁ ଅଧିକ ସରକାରୀ କର୍ମଚାରୀ ଦୁର୍ନୀତିଗସ୍ତ ହେବାପରେ ରାଜ୍ୟ ସରକାର ଗ୍ରୁପ୍‌-ଏ ରୁ ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଯେପରି ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଘୋଷଣା କରିବେ ସେନେଇ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ’,୨୦୨୧ ଆଣିଥିଲେ। ପ୍ରତିବର୍ଷ ଜାନୁଆରି ୧ରୁ ଜାନୁଆରି ୩୧ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ରାଜ୍ୟ ସରକାରଙ୍କ ମାନବ ସମ୍ବଳ ପରିଚାଳନା ସିଷ୍ଟମ (ଏଚ୍‌ଆର୍‌ଏମ୍‌ଏସ୍‌) ପୋର୍ଟାଲରେ ଦେବେ। ଏହି ନିୟମ ଅନୁଯାୟୀ ପ୍ରତିବର୍ଷ ଜୁନଆରି ୧ ତାରିଖ ସୁଦ୍ଧା ଜଣେ ସରକାରୀ କର୍ମଚାରୀଙ୍କ ପାଖରେ ଯେତିକି ସମ୍ପତ୍ତି ଥିବ ତା’ର ତାଲିକା ସେ ଜାନୁଆରି ୩୧ ତାରିଖ ସୁଦ୍ଧା ଦେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ୨୦୨୧ ଓ ୨୦୨୨ରେ ରାଜ୍ୟ ସରକାର ଏଥିରେ ବିଶେଷ ସଫଳତା ନପାଇବା ପରେ ଏଥର ଏହାକୁ କଡ଼ାକଡ଼ି କରାଯାଇଛି। ଯିଏ ସମ୍ପତ୍ତି ତାଲିକା ଦେବେନି ତାଙ୍କୁ ପଦୋନ୍ନତି ଦିଆଯିବନି ବୋଲି କୁହାଯାଇଛି। ଏପରିକି ବିଭିନ୍ନ ବିଭାଗର ମୁଖିଆମାନେ କର୍ମଚାରୀଙ୍କ ଠାରୁ ସମ୍ପତ୍ତି ତାଲିକା ଆଦାୟ କରିବା ପାଇଁ ଫେବ୍ରୁଆରି ମାସର ଦରମା ବନ୍ଦ ଧମକ ଦେଇଛନ୍ତି। ଏବେ ସମ୍ପତ୍ତି ତାଲିକା ନଦେଲେ ଆଗକୁ ଦରମା ମିଳିବନି ବୋଲି କୁହାଯାଇଥିବାରୁ କର୍ମଚାରୀମାନେ ଏବେ ତାଲିକା ଅପଲୋଡ୍‌ କରିବାରେ ଲାଗିପଡ଼ିଛନ୍ତି।

ଅପରପକ୍ଷେ ଏହି ସମ୍ପତ୍ତି ତାଲିକାରେ ଘରେ ଥିବା ଟିଭି, ଫ୍ରିଜ୍, ୱାସିଂମେସିନ୍, ସୋଫାରୁ ଆରମ୍ଭ କରି ଗାଡ଼ି, ସୁନା ଅଳଙ୍କାର ପର୍ଯ୍ୟନ୍ତ ସବୁର ମୂଲ୍ୟ ଆକଳନ କରି ଦେବାକୁ କୁହାଯାଇଥିବାରୁ କର୍ମଚାରୀମାନେ ଅକଳରେ ପଡ଼ିଛନ୍ତି। ଏପରିକି ବର୍ତ୍ତମାନର ମୂଲ୍ୟ ଆକଳନ କରି ଦେବାକୁ କୁହାଯାଇଥିବାରୁ ମୂଲ୍ୟାୟନରେ ବହୁ ତାରତମ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବହୁ ସ୍ଥାନରେ ସମ୍ପତ୍ତିକୁ ନେଇ ଆଇନଗତ ବିବାଦ, ଲିଗାଲ୍ ହେୟାର ସୂତ୍ରରେ ଏକାଧିକ ବ୍ୟକ୍ତିଙ୍କୁ ମିଳିଥିବାରୁ ସେଠାରେ କିପରି କର୍ମଚାରୀମାନେ ସମ୍ପତ୍ତି ତାଲିକା ଦେବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।