କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ଆଜି ସନ୍ଧ୍ୟାରେ ଖୋଲିବ ସାଵରୀମାଳା ମନ୍ଦିର: ମଙ୍ଗଳବାରଠୁ ଭଗବାନ ଅୟପ୍ପାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଥିରୁଅନନ୍ତପୁରମ ୧୫/୧୧ : କରୋନା କଟକଣାକୁ ଦୃଷ୍ଟିରେ ରଖି କେରଳ ସ୍ଥିତ ସାଵରୀମାଳା ମନ୍ଦିର ଆଜିଠାରୁ ଖୋଲାଯିବ। ମଙ୍ଗଳବାର ଦିନ ଭକ୍ତ ମନ୍ଦିରରେ ଦର୍ଶନ ଓ ପୂଜାପାଠ କରିପାରିବେ। ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ କରୋନା ନିୟମ ପାଳନ କରିବାକୁ ହେବ। ଦୁଇ ମାସ ଚାଲୁଥିବା ମଣ୍ଡଳା-ମକରବିଲକ୍କୁ ଉତ୍ସବ ପାଇଁ ସୋମବାର ସନ୍ଧ୍ୟାରେ ମନ୍ଦିର ଖୋଲି ଦିଆଯିବ। ଏହି ମନ୍ଦିରରେ ଭଗବାନ ଅୟପ୍ପାଙ୍କୁ ପୂଜା କରାଯାଏ। ମନ୍ଦିର ୪୧ ଦିନିଆ ମଣ୍ଡଳା ପୂଜା କାର୍ଯ୍ୟକ୍ରମ ପାଇଁ ଖୋଲାଯାଇଛି। ଏହି ଉତ୍ସବ ଡିସେମ୍ବର ୨୬ ରେ ଶେଷ ହେବ। ଏହାପରେ ଡିସେମ୍ବର ୩୦ ରେ ମନ୍ଦିର ପୁଣି ଖୋଲାଯିବ। ସେତେବେଳେ ମକରବିଲକ୍କୁ ଉତ୍ସବ କାର୍ଯ୍ୟକ୍ରମ ହେବ। ମକରବିଲକ୍କୁ ଉତ୍ସବ ବେଳେ ଜାନୁଆରୀ ୨୦ ଯାଏଁ ଭକ୍ତଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଅନୁମତି ମିଳିବ।


କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ରବିବାର ଦିନ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ କରୋନା ଭାଇରସ ରୋକିବାକୁ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା କରିଛି। ଅଧିକାରୀ କହିଛନ୍ତି ଯେ ଭ୍ୟାକସିନର ଦୁଇଟି ଡୋଜ ନେଇଥିବା ଭକ୍ତଙ୍କୁ ହିଁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ। ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ କରୋନା ନେଗେଟିଭ ମଧ୍ୟ ଅନିବାର୍ଯ୍ୟ ବୋଲି ଅଧିକାରୀ କହିଛନ୍ତି। କରୋନାର ଆରଟିପିସିଆର ନେଗେଟିଭ ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ନ ହୋଇଥିବା ଉଚିତ। ଶ୍ରଦ୍ଧାଳୁ ନିଜ ସହ ନିଜ ପରିଚୟ ପତ୍ର ଆଣିବା ମଧ୍ୟ ଅନିବାର୍ଯ୍ୟ। ମଣ୍ଡଳା-ମକରବିଲକ୍କୁ ଉତ୍ସବକୁ ଦୃଷ୍ଟିରେ ରଖି ମନ୍ଦିର ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ