କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ସକାଳୁ ଖୋଲିଲା ପୁରୀ ଶ୍ରୀମନ୍ଦିର: ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର

ପୁରୀ: ଦୀର୍ଘ ନଅ ମାସ ପରେ ବୁଧବାର ସକାଳେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ପୁରୀ ଶ୍ରୀମନ୍ଦିର ଖୋଲିଛି। ଆଜି କେବଳ ଶ୍ରୀମନ୍ଦିରର ସେବାୟତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଅଁ ଦର୍ଶନର ସୁଯୋଗ ମିଳିଛି।

ଆଜି ପାହାନ୍ତା ୪.୫୦ରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ୫.୨୫ରେ ଭିତର ଶୋଧ କରାଯାଇଥିଲା। ଏହା ପରେ ୫.୩୫ରେ ମଙ୍ଗଳ ଆଳତି, ୫୪୦ରେ ମଇଲମ, ୬ଟାରେ ରୋଷ ହୋମ ଓ ତଡ଼ପଲାଗି ହୋଇଥିଲା।

୬.୪୫ରେ ଅବକାଶ ପୂଜା ଶେଷ ହେବା ପରେ ୬.୫୦ରେ ପୁଣି ମଇଲମ୍‌ ହୋଇଥିଲା। ସୂର୍ଯ୍ୟପୂଜା ପରେ ସକାଳ ୭.୩୦ରେ ଦିଅଁ ଦର୍ଶନ ଆରମ୍ଭ ହୋଇଥିଲା।

ଚାରିଦ୍ୱାର ଦେଇ ସେବାୟତ ଏବଂ ସେମାନଙ୍କ ପରିବାର ଲୋକେ ଶ୍ରୀନ୍ଦିର ମଧ୍ୟକୁ ଯାତାୟାତ କରୁଛନ୍ତି। ମନ୍ଦିରର ସାତ ପାହାଚ ଦେଇ ନାଟ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେମାନେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି।


ମନ୍ଦିର ପ୍ରବେଶ ନିମନ୍ତେ ସେମାନଙ୍କ ପାଇଁ ବୀମା ଓ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ, କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଜାରି କଟକଣା କାରଣରୁ ସମଗ୍ର ଦେଶ ତଥା ରାଜ୍ୟରେ ବନ୍ଦ ରହିଥବା ଦେବାଳୟ ସବୁ କ୍ରମଶଃ ଖୋଲିବାକୁ ନିଷ୍ପତ୍ତି ନିଆଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,