ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଆଜି ଶ୍ରୀମନ୍ଦିରରେ ପ୍ରଳମ୍ୱାସୁର ବଧ ବେଶ

ପୁରୀ ୦୪।୦୯: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।

ଖବର ଅନୁଯାୟୀ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକମାନଙ୍କ ସହିତ ଖେଳୁଥିଲେ। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ୱାସୁର ନାମକ ଜଣେ ମହାବଳଶାଳୀ ଦୈତ୍ୟକୁ କଂସ ପ୍ରେରଣ କରିଥିଲେ। ମହାବଳଶାଳୀ ପ୍ରଳମ୍ୱାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ୱୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ୱାସୁରକୁ ବିନାଶ କରିଥିଲେ।

ତେବେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। କାଷ୍ଠ, ବେତ, କଳାକନା, ଧଳାକନା ଓ ନୀଳକନାରେ ୪ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ଏହି ପ୍ରଳମ୍ୱାଶୁର ମୂର୍ତ୍ତିକୁ ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ । ପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବା ବେଳେ ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ପ୍ରଭୁ ଶ୍ରୀ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ