ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ଶେଷ ହେଉଛି ‘ଟିକା ଉତ୍ସବ’ ‘Tika Utsav’ ends today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବରେ ଆରମ୍ଭ ହୋଇଥିବା ଚାରିଦିନିଆ ‘ଟିକା ଉତ୍ସବ’ର ଆଜି ଅବସାନ ହେଉଛି। କରୋନାଭାଇରସ୍‌ର ପୁନଃ ଦ୍ରୁତ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏପ୍ରିଲ ୧୧ ତାରିଖରୁ ଦେଶବ୍ୟାପୀ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଏହି ଅଭିଯାନର ତୃତୀୟ ଦିବସ ବା ମଙ୍ଗଳବାର ଦିନ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଦଆଯାଇଛି। ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧୧,୧୦,୩୩,୯୨୫ଜଣଙ୍କୁ କୋଭିଡ୍‌-୧୯ ନିରୋଧି ଟିକା ଦିଆଗଲାଣି। ସେହିଭଳି, ସୋମବାର ଦିନ ମଧ୍ୟ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଥିଲା। ‘ଟିକା ଉତ୍ସବ’ର ପ୍ରଥମ ଦିବସରେ ଦିଆଯାଇଥିଲା ପ୍ରାୟ ୩୦ ଲକ୍ଷ ଟିକା। ଏହାଛଡ଼ା, ଦେଶରେ ଆଉ ୧୮,୮୦୦ ‘କୋଭିଡ୍‌ ଟିକାକରଣ କେନ୍ଦ୍ର’ ଖୋଲିଛି।

‘ଟିକା ଉତ୍ସବ’କୁ ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍‌ ବିପକ୍ଷରେ ଦ୍ୱିତୀୟ ମହାସମରର ଆରମ୍ଭ ବୋଲି ଅଭିହିତ କରିଛନ୍ତି। ଏହି ଅଭିଯାନରେ ବୟସ ବର୍ଗ ଆଧାରରେ ସର୍ବାଧିକସଂଖ୍ୟକ ଯୋଗ୍ୟ ବିବେଚିତ ହିତାଧିକାରୀ ଟିକା ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶର ବିଭିନ୍ନ ‘କୋଭିଡ୍‌ ଟିକାକରଣ କେନ୍ଦ୍ର’ରେ ‘କୋଭାକ୍ସିନ୍‌’ ଏବଂ ‘କୋଭିସିଲ୍‌ଡ୍‌’ ଟିକା ଦିଆଯାଉଛି। ଏହା ବ୍ୟତିରେକେ, ରୁଷ୍‌ ପ୍ରସ୍ତୁତ ‘ସ୍ପୁଟ୍‌ନିକ୍‌-୫’ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ‘ଡ୍ରଗ୍‌ ରେଗୁଲେଟର୍‌’ ସମ୍ମତି ମଧ୍ୟ ପ୍ରଦାନ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ