କଳା ଓ ସଂସ୍କୃତି ଧର୍ମ

ଆଜି ଶରତ ପୂର୍ଣ୍ଣିମା : ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଏବଂ କ୍ଷୀରି କରିବାର ମହତ୍ତ୍ବ

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି। ଏପରି ବିଶ୍ବାସ ରହିଛି ଯେ ଶରତ ପୂର୍ଣ୍ଣିମା ବ୍ରତ କରିବା ଦ୍ବାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଶରତ ପୂର୍ଣ୍ଣିମାକୁ କୋଜାଗରୀ ପୂର୍ଣ୍ଣିମା ନାଁରେ ମଧ୍ୟ ଜଣାଯାଇଥାଏ। କୁହାଯାଇଥାଏ ଯେ ଏହି ଦିନ ଚନ୍ଦ୍ର ପୃଥିବୀରେ ଅମୃତ ବର୍ଷା କରିଥାନ୍ତି। ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର,ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ଥାଏ।

ଶରତ ପୂର୍ଣ୍ଣିମାରେ ଚନ୍ଦ୍ର ଏବଂ ପରିଷ୍କାର ଆକାଶ ମୌସୁମୀ ପୂରାପୂରି ଚାଲିଯିବାର ପ୍ରତୀକ ହୋଇଥାଏ। କୁହାଯାଏ ଯେ ଏହି ଦିନ ଏତେ ଶୁଭ ଏବଂ ସକରାତ୍ମକ ହୋଇଥାଏ ଯେ ଛୋଟ ଉପାୟ କରିବା ଦ୍ବାରା ବଡ଼ ବଡ଼ ବିପତ୍ତି ଟଳି ଯାଇଥାଏ। ପୌରାଣିକ ବିଶ୍ବାସ ଅନୁସାରେ ଏହି ଦିନ ମା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା ଏଥିପାଇଁ ଧନ ପ୍ରାପ୍ତି ପାଇଁ ମଧ୍ୟ ଏହି ତିଥି ସବୁଠୁ ଉତ୍ତମ ହୋଇଥାଏ। ଏହି ଦିନ ପ୍ରେମାବତାର ଭଗବାନ ଶ୍ରୀକୃଷ୍ଣ,ଧନର ଦେବୀ ମା ଲକ୍ଷ୍ବୀ ଏବଂ ୧୬କଳା ଥିବା ଚନ୍ଦ୍ରଙ୍କ ଉପାସନା ଦ୍ବାରା ଭିନ୍ନ ଭିନ୍ନ ବରଦାନ ପ୍ରାପ୍ତ କରାଯାଇଥାଏ।

ଶରତ ପୂର୍ଣ୍ଣିମାରେ ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହୋଇଥାଏ। ଏହି ଦିନ ଚନ୍ଦ୍ର ସବୁଠୁ ଚମକଦାର ହୋଇଥାଏ। ଏହି ଦିନ ଚନ୍ଦ୍ରର କିରଣ ଦ୍ବାରା ଅମୃତ ବର୍ଷାର ବିଶ୍ବାସ ହେବା କାରଣରୁ ଭକ୍ତ କ୍ଷୀରି ପ୍ରସ୍ତୁତ କରିଥାନ୍ତି ଏବଂ ଏହାକୁ ଚନ୍ଦ୍ରଙ୍କ କିରଣରେ ରଖି ଦେଇଥାନ୍ତି ଯାହା ଦ୍ବାରା ଚନ୍ଦ୍ରଙ୍କ ଦିବ୍ୟ କିରଣକୁ ଏକାଠି କରାଯାଇପାରିବ। ପର ଦିନ ଏହି କ୍ଷୀରିକୁ ପ୍ରସାଦ ଭାବେ ସମସ୍ତଙ୍କ ମଧ୍ୟରେ ବିତରଣ କରାଯାଇଥାଏ।

ଶରତ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ : ଏଥର ଶରତ ପୂର୍ଣ୍ଣିମା ଅକ୍ଟୋବର ୩୦ ତାରିଖ ଶୁକ୍ରବାର ଅର୍ଥାତ୍ ଆଜି ପଡ଼ୁଛି। ପୂର୍ଣ୍ଣିମା ତିଥି ଅକ୍ଟୋବର ୩୦ ସନ୍ଧ୍ୟା ୧୭.୪୫ରୁ ଆରମ୍ଭ ହୋଇ ପରଦିନ ରାତି ୨୦.୧୮ଟାରେ ଶେଷ ହେବ। ଏଥର ଶରତ ପୂର୍ଣ୍ଣିମାରେ ଅମୃତସିଦ୍ଧି ଯୋଗ ହେଉଛି। ଅକ୍ଟୋବର ୩୦ରେ ମଧ୍ୟରାତ୍ରିରେ ଅଶ୍ବିନୀ ନକ୍ଷତ୍ର ହେବ। ଏହା ସହିତ ଏହି ଦିନ ୨୭ ଯୋଗର ଅନ୍ତର୍ଗତ ଆସୁଥିବା ବଜ୍ରଯୋଗ,ବିଶିଷ୍ଟ କରଣ ତଥା ମେ​‌ଷ ରାଶିର ଚନ୍ଦ୍ର ରହିବେ।

ଶରତ ପୂର୍ଣ୍ଣିମାର ଶୁଭ ଦିନ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠି କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ। ଏହା ପରେ ଏକ ଚୌକିରେ ଲାଲ କପଡ଼ା ବିଛାନ୍ତୁ। ଏହା ପରେ ସେଥିରେ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ଏହା ପରେ ଦେବୀ ଲକ୍ଷ୍ମୀଙ୍କୁ ଲାଲ ଫୁଲ,ନୈବେଦ୍ୟ ଏବଂ ଅନ୍ୟ ସୁଗନ୍ଧିତ ଜିନିଷ ଅର୍ପଣ କରନ୍ତୁ। ଦେବୀ ମାଙ୍କୁ ସୁନ୍ଦର ବସ୍ତ୍ର,ଆଭୂଷଣ ଏବଂ ଅନ୍ୟ ଶୃଙ୍ଗାରରେ ଅଳଙ୍କୃତ କରନ୍ତୁ। ମା ଲକ୍ଷ୍ମୀଙ୍କ ଆହ୍ବାନ କରନ୍ତୁ ଏବଂ ତାଙ୍କୁ ଫୁଲ,ଧୂପ,ଦୀପ,ନୈବେଦ୍ୟ,ଗୁଆ,ଦକ୍ଷିଣା ଆଦି ଅର୍ପଣ କରନ୍ତୁ ଏବଂ ଏହାର ପୂଜା କରନ୍ତୁ। ଏସବୁ ଜିନିଷ ଅର୍ପଣ କରିବା ପରେ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଏବଂ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ। ଦେବୀ ଲକ୍ଷ୍ମୀଙ୍କ ଆଳତୀ କରିବା ମଧ୍ୟ ଆବଶ୍ୟକ ଅଟେ। ଏହା ପରେ ଦେବୀ ଲକ୍ଷ୍ମୀଙ୍କୁ କ୍ଷୀରି ଚଢ଼ାନ୍ତୁ। ଏହା ବ୍ୟତୀତ ଏହି ଦିନ କ୍ଷୀରି କୌଣସି ବ୍ରାହ୍ମଣଙ୍କୁ ଦାନ କରିବାକୁ ଭୁଲନ୍ତୁ ନାହିଁ।

ଗାଈର କ୍ଷୀର ଏବଂ ଘିଅ ଦ୍ବାରା କ୍ଷୀରି ପ୍ରସ୍ତୁତ କରନ୍ତୁ। ଏଥିରେ ଚିନି ମିଶାନ୍ତୁ। ଏହାକୁ ଭୋଗ ଭାବେ ଧନର ଦେବୀଙ୍କୁ ମଧ୍ୟରାତ୍ରିରେ ଅର୍ପଣ କରନ୍ତୁ। ରାତିରେ ଭୋଗ ଲାଗିଥିବା ପ୍ରସାଦକୁ ଚନ୍ଦ୍ରଙ୍କ କିରଣରେ ରଖନ୍ତୁ ଏବଂ ପର ଦିନ ଏହା ସେବନ କରନ୍ତୁ। ଏହାକୁ ପ୍ରସାଦ ଭଳି ବିତରଣ କରାଯିବା ଉଚିତ୍ ଏବଂ ପୂରା ପରିବାର ସହ ଖିଆ ଯିବା ଉଚିତ୍। ବିଶ୍ବାସ ରହିଛି ଯେ ଅମୃତ ଥିବା କ୍ଷୀରିରେ ଅନେକ ରୋଗକୁ ଦୂର କରିବାର ଶକ୍ତି ହୋଇଥାଏ।

ଏହି ଦିନ ପୂର୍ଣ୍ଣ ଭାବେ ଜଳ ଏବଂ ଫଳ ଗ୍ରହଣ କରି ଉପବାସ ରଖିବାର ପ୍ରୟାସ କରନ୍ତୁ। ଉପବାସ ରଖନ୍ତୁ କିମ୍ବା ନ ରଖନ୍ତୁ କିନ୍ତୁ ଏହି ଦିନ ସାତ୍ତ୍ବିକ ଆହାର ହିଁ ଗ୍ରହଣ କରିଲେ ଭଲ ହେବ। ଏହି ଦିନ କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ। ଧଳା ରଙ୍ଗର ବସ୍ତ୍ର ପରିଧାନ କଲେ ଅଧିକ ଭଲ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ