ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ: ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ, ରାଜଧାନୀରେ ମୁତୟନ ହେବେ ୧୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର ୧୭।୦୪: ବଢୁଛି କରୋନା ସଂକ୍ରମଣ, ଆକ୍ସନ ମୋଡରେ ପ୍ରଶାସନ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ଵୈତନଗରୀ କଟକ ଓ ରାଜଧାନୀରେ ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନାଇଟ୍ କର୍ଫ୍ୟୁ ପାଳନ କରିବାକୁ ଜନତାଙ୍କୁ ନିବେଦନ କରିବା ସହିତ ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ । ଅନ୍ୟ ସମସ୍ତ ସେବା ଉପରେ ରୋକ୍‌ ଲଗାଯାଇଛି ।

ପୁଲିସ କମିଶନର କହିଛନ୍ତି ଯେ, ନାଇଟ୍‌ କର୍ଫ୍ୟୁ ସମୟରେ କଟକ ଏବଂ ଭୁବନେଶ୍ଵରରେ ବ୍ୟାପକ ପୁଲିସ ମୁତୟନ ହେବେ। କର୍ଫ୍ୟୁ କଡାକଡି ପାଳନ ପାଇଁ ରାଜଧାନୀରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୬୦ ଅଫିସର ମୁତୟନ ହେବେ। ଏଥିସହ ଭୁବନେଶ୍ଵରରେ ପ୍ରାୟ ୨୫ଟି ଜାଗାରେ ଚେକ୍ ପଏଣ୍ଟ କରାଯାଇଛି। ୩୫ଟି ପିସିଆର ଏବଂ ୧୫ଟି ମନିଟରିଂ ପିସିଆର ସହରରେ ପାଟ୍ରୋଲିଂ କରିବେ।

ରାତି ୮ଟାରୁ ଲୋକଙ୍କୁ କଟକଣା ନେଇ ସଚେତନ କରାଯିବ । ଏହା ପରେ ରାତି ୯ଟା ପରେ କୌଣସି ଲୋକଙ୍କ ବାହାରେ ବୁଲିବା ଉପରେ କଟକଣା ଲାଗିବ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ୍ ଦରକାର ନାହିଁ। ସେମାନେ ନିଜ ସଂସ୍ଥା ଦ୍ଵାରା ପରିଚୟ ପତ୍ର ଦେଖାଇ ଯାଇ ପାରିବେ। କାମ ନଥାଇ ଅଯଥା ବାହାରକୁ ବାହାରିବାକୁ ପୁଲିସ କମିଶନର ମନା କରିଛନ୍ତି। ଯଦି କେହି ବାହାରେ ବୁଲୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାସ୍‌ କରି ଅମାନିଆଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ କଟକରେ ନାଇଟ୍ କର୍ଫ୍ୟୁକୁ ନେଇ ୨୩ଟି ସ୍ଥାନରେ ଚେକ୍ ପଏଣ୍ଟ ହୋଇଛି । ଏହି ସମୟରେ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ କମିଶନର ପ୍ରତିକ୍ରିୟା ରଖିଛନ୍ତି । ଏହାସହ ପିସିଆର ଭ୍ୟାନ୍ ପଇଁତରା ମାରିବ । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଲୋକ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ କମିଶନର ଅପିଲ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ