ଖେଳ ଦେଶ ବିଦେଶ

ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ, ରାହୁଲଙ୍କ ନେତ୍ବତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ତିଆ

ମୁମ୍ବାଇ ୧୮।୦୮: ଆଜିଠୁ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଲୋକେଶ ରାହୁଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ଘରୋଇ ଦଳ ମଧ୍ୟ ପ୍ରସ୍ତୁତ । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଜିମ୍ବାୱେ ଯୋଜନା କରିଛି । ଫଳରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ଆହତ ସମସ୍ୟା ଓ କରୋନା ସଂକ୍ରମଣରୁ ମୁକ୍ତ ହୋଇ ରାହୁଲ ଭାରତୀୟ ଦଳକୁ ଫେରିଛନ୍ତି । ତେଣୁ ଆଜିର ମ୍ୟାଚ୍‌ରେ ରାହୁଲଙ୍କ ଉପରେ ନଜର ରହିବ । ଆଗକୁ ଏସିଆ କପ୍‌ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । ତେଣୁ ଏହି ସିରିଜ ଜରିଆରେ ରାହୁଲ ଫର୍ମକୁ ଫେରିବାକୁ ପ୍ରୟାସ କରିବେ । ଉପଯୁକ୍ତ ମ୍ୟାଚ୍‌ ଅଭ୍ୟାସ ସହ ରାହୁଲ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେବେ । ରାହୁଲ ପୂର୍ବରୁ ଜିମ୍ବାୱେରେ ୩ଟି ମ୍ୟାଚ୍‌ ଖେଳିସାରିଛନ୍ତି । ତାଙ୍କ ପ୍ରଦର୍ଶନ ମଧ୍ୟ ସେଠାରେ ଉନ୍ନତ ରହିଛି । ଜିମ୍ବାୱେରେ ରାହୁଲ ସର୍ବାଧିକ ୧୯୬ହାରରେ ରନ୍‌ ସଂଗ୍ରହ କରିଛନ୍ତି । ଜିମ୍ବାୱେରେ ସେ ଦିନିକିଆ ପଦାର୍ପଣ କରିଥିଲେ । ସେହିପରି ସଞ୍ଜୁ ସାମସନ ଓ ଅକ୍ଷର ପଟେଲ ଜିମ୍ବାୱେରେ ଟି-ଟ୍ୱେଣ୍ଟି ପଦାର୍ପଣ କରିଥିଲେ ।

ପେସ୍‌ ବୋଲର ଦୀପକ ଚହର ମଧ୍ୟ ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାଖା ପାଖି ୫ମାସ ପରେ ଚହର କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଏହି ସିରିଜ ଜରିଆରେ ଦୀପକ ଫିଟ୍‌ନେସ୍‌ ପ୍ରମାଣ କରିବେ । ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଦୀପକଙ୍କ ପ୍ରଦର୍ଶନ ବେଶ୍‌ ଉନ୍ନତ ରହିଛି । ଦିନିକିଆ କ୍ରିକେଟ୍‌ ପାଇଁ ସେ କେତେ ପ୍ରସ୍ତୁତ, ଏହି ସିରିଜ ଜରିଆରେ ସ୍ପଷ୍ଟ ହେବ ।

ଆଇସିସି ବିଶ୍ୱକପ୍‌ ସୁପରଲିଗ୍‌ ଅନ୍ତର୍ଗତ ହୋଇଥିବାରୁ ଏହି ସିରିଜ ଜିମ୍ବାୱେ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ନିକଟରେ ଜିମ୍ବାୱେ ଦଳ ବାଂଲାଦେଶ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ବିଜୟୀ ହୋଇଥିଲା । ଭାରତ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଜିମ୍ବାୱେ ପ୍ରୟାସ କରିବ।

ଆଇସିସି ସୁପର ଲିଗ୍‌ ପଏଣ୍ଟ ତାଲିକାରେ ଜିମ୍ବାୱେ ଅଷ୍ଟମ ସ୍ଥାନରେ ପହଞ୍ଚି ପାରିଲେ ଆଗାମୀ ୨୦୨୩ ଦିନିକିଆ ବିଶ୍ୱକପ୍‌କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବ । ସୁପରଲିଗ୍‌ ପଏଣ୍ଟ ତାଲିକାରେ ଇଂଲଣ୍ଡ(୧୨୫ପଏଣ୍ଟ) ସମ୍ପ୍ରତି ଶୀର୍ଷରେ ରହିଛି । ଭାରତ ୭୯ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ୨୦୨୩ ଦିନିକିଆ ବିଶ୍ୱକପ୍‌ର ଆୟୋଜକ ହୋଇଥିବାରୁ ଭାରତ ସିଧା ସଳଖ ଯୋଗ୍ୟତା ଅର୍ଜନ କରିସାରିଛି । ଜିମ୍ବାୱେ ୩୫ ପଏଣ୍ଟ ସହ ୧୨ତମ ସ୍ଥାନରେ ରହିଛି ।

୧୯୯୨ରୁ ୨୦୧୬ ମଧ୍ୟରେ ହାରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡ୍‌ରେ ଭାରତ ଓ ଜିମ୍ବାୱେ ପରସ୍ପର ବିପକ୍ଷରେ ୧୬ଟି ଦିନିକିଆ ଖେଳିଛନ୍ତି । ଏଥିରୁ ଜିମ୍ବାୱେ କେବଳ ୨ଟି ମ୍ୟାଚ୍‌ ଜିତିଛି ।ହାରାରେ ସ୍ପୋର୍ଟ୍ସ କ୍ଲବ୍‌ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବାର ନଜିର ରହିଛି । ପ୍ରାରମ୍ଭରୁ ପେସ୍‌ ବୋଲରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଭାରତ : ଶିଖର ଧାୱନ, ଶୁଭମନ ଗିଲ୍‌, ଋତୁରାଜ ଗାଏକୱାଡ୍‌, ଲୋକେଶ ରାହୁଲ(ଅଧିନାୟକ), ସଞ୍ଜୁ ସାମସନ/ଇଶାନ କିଷନ, ଦୀପକ ହୁଡ଼ା, ଅକ୍ଷର ପଟେଲ, ସର୍ଦୁଲ ଠାକୁର/ଦୀପକ ଚହର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଶ ଖାନ ।

ଜିମ୍ବାଓ୍ୱେ : ତାକୁଡନାଶେ କାଇଟାନୋ, ତଡିବନାଶୋ ମାରୁମାନି, ଇନୋସେଣ୍ଟ କାଇଆ, ୱେସଲି ମଧେବୀରେ, ସିକନ୍ଦର ରାଜା, ରେଜିସ ଚକାବା(ଅଧିନାୟକ), ରିୟାନ ବର୍ଲ/ ଟୋନି ମୁନୟୋଙ୍ଗା, ଲ୍ୟୁକ ଜଙ୍ଗୱେ, ବ୍ରାଡ୍‌ ଏବନ୍ସ, ଭିକ୍ଟର ନ୍ୟାଓଜି, ଟନକା ଚିବାଙ୍ଗା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ