ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି ବି ହୋଇପାରିଲାନି ବଂଶଧାର ଜଳବିବାଦ ମାମଲା ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବଂଶଧାରା ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ବୁଧବାର ଦିନ ମଧ୍ୟ ଆରମ୍ଭ ହୋଇପାରିନାହିଁ। ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ବେଞ୍ଚରେ ଅନ୍ୟ ଏକ ମାମଲାର ଶୁଣାଣି ଦୀର୍ଘସମୟ ଧରି ଜାରି ରହିବାରୁ ବଂଶଧାରା ମାମଲାର ଶୁଣାଣି ହୋଇପାରିନଥିଲା।

ବଂଶଧାର ଜଳ ବିବାଦ ଟ୍ରିବ୍ୟୁନାଲ ରାୟକୁ ବିରୋଧ କରି ଓଡ଼ିଶା ଦ୍ବାରା ୨୦୧୮, ୨୦୧୯ ଓ ୨୦୨୧ରେ ତିନିଟି ସ୍ବତନ୍ତ୍ର ଲିଭ ପିଟିସନ (ଏସ୍‌ଏଲ୍‌ପି) ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିଗୁଡ଼ିକର ଏକତ୍ର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରୁଥିଲେ ମଧ୍ୟ କୌଣସି ନା କୌଣସି କାରଣ ଯୋଗୁ ମାମଲାର ଶୁଣାଣି ଅଟକିଯାଉଛି। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ଚୂଡ଼ାନ୍ତ ରାୟ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ଗତ ମାର୍ଚରେ ଟ୍ରିବ୍ୟୁନାଲକୁ ଭଙ୍ଗକରିଥିଲେ। ଅନ୍ୟ ପକ୍ଷରେ ଓଡ଼ିଶା ଦ୍ବାରା ଦାଖଲ ଏସ୍‌ଏଲ୍‌ପିଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ହିଁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ରାୟର କ୍ରିୟାନ୍ବୟନ ପାଇଁ ଗେଜେଟ ବିଜ୍ଞପ୍ତି ଜାରିକରିବେ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ