ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ: ତମାଖୁ ନିୟନ୍ତ୍ରଣ ପାଇଁ ପୁରସ୍କୃତ ହେବେ ୩ ଜିଲ୍ଲା

ଭୁବନେଶ୍ବର: ମେ’ ୩୧ ତାରିଖ ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ନିୟନ୍ତ୍ରଣ ସହିତ ବର୍ଜନ ପାଇଁ ରାଜ୍ୟ ସରକାର ୨ମାସିଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକି ତମାଖୁ ନିରୋଧୀ ‘ୟୁଥ୍ କ୍ୟାମ୍ପେନ୍’ ଭାବେ ପରିଗଣିତ ହେବ। ସ୍କୁଲ, କଲେଜଠାରୁ ଆରମ୍ଭ କରି ଗ୍ରାମ ଓ ଏନ୍‌ଜିଓଙ୍କ ଜରିଆରେ ତମାଖୁର ପ୍ରବର୍ତ୍ତନ ବା ଏନ୍‌ଫୋର୍ସମେଣ୍ଟ ଓ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିମାନଙ୍କୁ ତମାଖୁ ବର୍ଜନ କେନ୍ଦ୍ରକୁ ପଠାଯିବ ବୋଲି ସୂଚନା ମିଳିଛି।

ତମାଖୁ ବର୍ଜନ ସହିତ ଏହାର ଭୟାବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଶ୍ବବ୍ୟାପୀ ଏହି ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କ ଅଧିକ ମାତ୍ରାରେ ତମାଖୁ ସେବନ କରୁଛନ୍ତି। ୨୦୦୯-୧୦ରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ସର୍ଭେ(ଜିଏଟିଏସ୍‌)ରେ ରାଜ୍ୟରେ ୪୬.୨ ପ୍ରତିଶତ ଏହି ବର୍ଗର ଲୋକ ତମାଖୁ ବ୍ୟବହାର କରୁଥିବା ବେଳେ ୨୦୧୬-୧୭ରେ ଏହା ୪୫.୬ ପ୍ରତିଶତ ରହିଥିଲା। ପ୍ରଥମ ଜିଏଟିଏସ୍‌ ସର୍ଭେରେ ଧୂମପାନ ୧୦.୩ ପ୍ରତିଶତ ଥିବା ବେଳେ ଦ୍ବିତୀୟ ସର୍ଭେରେ ଏହା ୭କୁ ଖସି ଆସିଥିଲା। ତମାଖୁ ସେବନ କରୁଥିବା ପୁରୁଷଙ୍କ ହାର ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୬୮.୮ ପ୍ରତିଶତ, ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୫୫.୯ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୫୧.୬ ପ୍ରତିଶତ ରହିଛି। ହେଲେ ମହିଳାଙ୍କ କ୍ଷେତ୍ରରେ ଏହି ହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୩୧.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ବେଳେ ଏନ୍‌ଏଫଏଚ୍‌ଏସ୍‌-୪‌ରେ ୧୭.୩ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୨୬ ପ୍ରତିଶତରେ ପହଞ୍ଚିଛି। ଯଦି ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍‌)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨ % ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ଏଥିରେ କେବଳ ଧୂମପାନ କରୁଥିବା ଯୁବକଙ୍କ ହାର ୫.୩ ପ୍ରତିଶତ ଥିବା ବେଳେ ଯୁବତୀଙ୍କ ହାର ରହିଛି ୩.୯ ପ୍ରତିଶତ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସରୁ ‘ୟୁଥ୍ କ୍ୟାମ୍ପେନ୍’ ଆରମ୍ଭ ହେବା ସହିତ ଜୁଲାଇ ୩୧ରେ ଶେଷ ହେବ। ଏହାକୁ ସଫଳ କରିବା ପାଇଁ ପୁଲିସ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଆଲୋଚନା କରାଯିବ। ଚଳିତବର୍ଷ ପୁରୀ ଜିଲ୍ଲା ପ୍ରଶାସନ ରେକର୍ଡ ସଂଖ୍ୟକ ୨୩ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଥିଲା। ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ତମାଖୁ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତେଣୁ ଏହି ୩ଟି ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ପାଇଁ ପୁରସ୍କୃତ କରାଯିବ।

ଅପରପକ୍ଷରେ ସର୍ବସାଧାରଣ ସ୍ଥାନରେ ଧୂମପାନ, ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଓ ୧୮ବର୍ଷରୁ କମ୍ ବୟସର ପିଲା ଧୂମପାନ ପାଇଁ ଜରିମାନା ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (କୋଟ୍‌ପା) ଅଧୀନରେ ଏହା ସମ୍ଭବ ନ ଥିବାରୁ ରାଜ୍ୟ ସରକାର ନିଜସ୍ବ ଏକ ଜନସ୍ବାସ୍ଥ୍ୟ ଆଇନ ଆଣିବାକୁ ବିଚାର କରୁଛନ୍ତି। ଗତ ୨୮ ତାରିଖରେ ହୋଇଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହେବା ସହିତ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟକୁ ବୈଷୟିକ ସହାୟତା ପ୍ରଦାନ କରିବା ଲାଗି ଅନୁରୋଧ କରାଯାଇଛି। ଯଦି ଏହା ସଫଳ ହୁଏ ତାହାଲେ ରାଜ୍ୟରେ ଧୂମପା-ତମାଖୁ ସେବନ ଉପରେ ଜରିମାନା ପରିମାଣ ବୃଦ୍ଧି ପାଇବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।