ରାଜନୀତି ରାଜ୍ୟ

ଆଜି ବିଜେଡି ପାଳିବ ‌ରୌପ୍ୟ ଜୟନ୍ତୀ, ନୂଆବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦେବେ ଗୁରୁମନ୍ତ୍ର

ପୁରୀ : ସୋମବାର ଦିନ ବିଜେଡି ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆଠାରେ ରାଜ୍ୟସ୍ତରୀୟ ସମା‌ବେଶ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର କର୍ମକର୍ତ୍ତା ଯୋଗଦେବେ। ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରିବେ। ୨୦୨୪ ନିର୍ବାଚନ ପାଇଁ ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବାକୁ ଗୁରୁମନ୍ତ୍ର ଦେବେ।

ସେହି ଅନୁଯାୟୀ ତାଳବଣିଆରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଭାସ୍ଥଳରେ ବଡ଼ ବଡ଼ ଟେଣ୍ଟ୍‌ ବନ୍ଧାଯାଇଛି। ସଭାସ୍ଥଳ, ପାର୍କିଂ, ଭୋଜନ ଆଦି ପାଇଁ ଭିନ୍ନ ଭିନ୍ନ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି। ଯେହେତୁ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗଦେବେ, ‌ସେଦୃଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବିଶେଷ କରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ କେଉଁଠି ଓ‌ହ୍ଲାଇବେ, ଯେଉଁ ରାସ୍ତାରେ ସଭାସ୍ଥଳକୁ ଯିବେ, ତାର ରୁଟ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ସେପଟେ ବହୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ବି ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଆଜି ପୁରୀ‌ରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ଏହି ସମାରୋହ ପାଇଁ ସକାଳ ୯ଟାରୁ ପଞ୍ଜୀକରଣ ଆରମ୍ଭ ହେବ ଓ ପୂର୍ବାହ୍ଣ ୧୦ଟାରେ ସଭା ଆରମ୍ଭ ହେବ।

ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ନେତାମାନେ ଉଦ୍‌ବୋଧନ ଦେବେ। କେଉଁ ନେତା କେଉଁ ବିଷୟରେ କହିବେ, ତାହାର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଯାଇଛି। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ଆସି ‌ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରି ସିଧାଳସଖ ସଭାସ୍ଥଳକୁ ଯିବେ। ରାଜ୍ୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ବ୍ଲକ୍‌, ପଞ୍ଚାୟତ, ‌ବିଜୁ ଛାତ୍ର, ଯୁବ, ମହିଳା, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ କର୍ମକର୍ତ୍ତା ଏହି ସମାରୋହରେ ଯୋଗଦେବେ। ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ସହରାଞ୍ଚଳ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ବି ଯୋଗଦେବେ। ମୁଖ୍ୟମନ୍ତ୍ରୀ ଏଥିରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନୂଆବର୍ଷରୁ ନୂଆ ରଣନୀତି ସହ କ୍ଷେତ୍ର ପ୍ରସ୍ତୁତ କରିବା ସହ ଦଳର ସାଂଗଠନିକ କାର୍ଯ୍ୟକୁ ତ୍ରୁଣମୂଳସ୍ତରରୁ ଆହୁରି ସୁଦୃଢ଼ କରିବାକୁ ଆହ୍ବାନ ଦେବେ। ଦଳ ବିଗତ ୨୫ ବର୍ଷ ଧରି କିଭଳି ସଫଳତା ହାସଲ କରିଛି ଓ ଆଗକୁ କିଭଳି ଏହି ସଫଳତା ବଜାୟ ରଖିବ, ସେ ଉପରେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର