ନୂଆଦିଲ୍ଲୀ ୩/୧୨: ତେଲ କମ୍ପାନୀ ଆଜି ଡିଜେଲ୍ ଏବଂ ପେଟ୍ରୋଲ୍ ୨ଟିର ମୂଲ୍ୟ ବୃଦ୍ଧି କରିଛି। ପେଟ୍ରୋଲର ମୂଲ୍ୟ ୧୭ପଇସା ଯାଏଁ ଏବଂ ଡିଜେଲର ମୂଲ୍ୟ ୨୦ପଇସା ଯାଏଁ ବଢ଼ିଛି। ଆଜି ପେଟ୍ରୋଲ୍ ପ୍ରତି ଲିଟର ୮୨.୪୯ଟଙ୍କା ଏବଂ ଡିଜେଲ୍ ପ୍ରତି ଲିଟର ୭୨.୬୫ ଟଙ୍କା ରହିଛି। ଇଣ୍ଡିଆନ୍ ଅୟେଲ୍ ଅନୁସାରେ ଡିସେମ୍ବର ୩ତାରିଖରେ ଦିଲ୍ଲୀ,କୋଲକାତା,ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟ ଏଭଳି ରହିଛି।
ଆପଣ ନିଜ ସହରର ପେଟ୍ରୋଲ୍-ଡିଜେଲର ଦାମ୍ ପ୍ରତିଦିନ SMS ଜରିଆରେ ଚେକ୍ କରିପାରିବେ। ଇଣ୍ଡିଆନ୍ ଅୟେଲର ଗ୍ରାହକ RSP<ଡିଲର କୋଡ> ଲେଖି 9224992249 ନମ୍ବରରେ ଏବଂ HPCL ର ଗ୍ରାହକ HPPRICE <ଡିଲର କୋଡ> ଲେଖି 9222201122 ନମ୍ବରରେ ପଠାଇ ପାରିବେ। ବିପିସିଏଲ୍ ଗ୍ରାହକ RSP<ଡିଲର କୋଡ> ଲେଖି 9223112222 ନମ୍ବରରେ ପଠାଇ ପାରିବେ।
ପେଟ୍ରୋଲ୍ ଏବଂ ଡିଜେଲ୍ ଦାମରେ ଏକ୍ସାଇଜ ଡ୍ୟୁଟି,ଡିଲର କମିଶନ ଏବଂ ଅନ୍ୟ ଜିନିଷ ଯୋଡ଼ିବା ପରେ ଏହାର ଦାମ୍ ପାଖାପାଖି ୨ଗୁଣା ହୋଇଯାଏ। ବୈଦେଶିକ ମୁଦ୍ରା ଦର ସହ ଅନ୍ତର୍ଜାତୀୟ ବଜାରରେ କୃଡ ମୂଲ୍ୟ ଆଧାରରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ଅୟେଲ ମାର୍କେଟିଂ କମ୍ପାନୀର ମୂଲ୍ୟର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ସ୍ଥିର କରିଥାଏ। ଇଣ୍ଡିଆନ୍ ଅୟେଲ୍,ଭାର ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ସଂଶୋଧନ କରି ଜାରି କରିଥାଏ।
Trending
- ଏହି ଦିନ ମହିଳାମାନେ ଭୁଲରେ ବି ଲଗାନ୍ତୁ ନାହିଁ ତେଲ,ନଚେତ ପତିଙ୍କର କମିଯିବ ଆୟୁଷ !
- ସ୍ବାମୀ – ସ୍ତ୍ରୀ ନିଜ ରୂମରେ ଏହି ଦିଗରେ ଭୁଲରେ ବି ଦର୍ପଣ ଲଗାନ୍ତୁ ନାହିଁ,ସବୁବେଳେ ଲାଗିରହିବ ଝ-ଗଡା
- ସ୍ୱପ୍ନରେ ସାପ ଦେଖିଲେ ମିଳିଥାଏ ଏହି ସଙ୍କେତ । କାହା ସାମ୍ନାରେ କରିବା ପୂର୍ବରୁ ନିଶ୍ଚିତ ଥରେ ଜାଣି ନିଅନ୍ତୁ ।
- ନିଜର ଜନ୍ମ ବାର କେଉଁଟା ବାଛନ୍ତୁ ଆଉ ଜାଣନ୍ତୁ ନିଜ ଲକ୍ଷଣ ଓ ସ୍ଵଭାବ
- ବିଜେଡିର ପରାଜୟ ପରେ ସାମ୍ନାକୁ ଆସୁନାହାନ୍ତି ଭି କେ ପାଣ୍ଡିଆନ୍
- ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ୫ଟି ଭୁଲ କାର୍ଯ୍ୟ, ନଚେତ ପରିବାର ହୋଇଯିବ ବର୍ବାଦ।
- ତୁଳସୀ ଗଛରେ ଏଭଳି ଜିନିଷ ଦେଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବାର ମିଳିଥାଏ ସଂକେତ, ତୁରନ୍ତ କରନ୍ତୁ ଏହି କାର୍ଯ୍ୟ।
- ରାତିରେ ଶୋଇବା ପୁର୍ବରୁ ଈଶ୍ୱରଙ୍କୁ ୧୧ ଥର ଏଭଳି କୁହନ୍ତୁ ଏବଂ ଦେଖନ୍ତୁ ଚମତ୍କାର।
Tuesday, June 11