ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର : ଜାଣନ୍ତୁ କେତେ ମୂଲ୍ୟ?

ନୂଆଦିଲ୍ଲୀ ୩/୧୨: ତେଲ କମ୍ପାନୀ ଆଜି ଡିଜେଲ୍ ଏବଂ ପେଟ୍ରୋଲ୍ ୨ଟିର ମୂଲ୍ୟ ବୃଦ୍ଧି କରିଛି। ପେଟ୍ରୋଲର ମୂଲ୍ୟ ୧୭ପଇସା ଯାଏଁ ଏବଂ ଡିଜେଲର ମୂଲ୍ୟ ୨୦ପଇସା ଯାଏଁ ବଢ଼ିଛି। ଆଜି ପେଟ୍ରୋଲ୍ ପ୍ରତି ଲିଟର ୮୨.୪୯ଟଙ୍କା ଏବଂ ଡିଜେଲ୍ ପ୍ରତି ଲିଟର ୭୨.୬୫ ଟଙ୍କା ରହିଛି। ଇଣ୍ଡିଆନ୍ ଅୟେଲ୍ ଅନୁସାରେ ଡିସେମ୍ବର ୩ତାରିଖରେ ଦିଲ୍ଲୀ,କୋଲକାତା,ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟ ଏଭଳି ରହିଛି।
ଆପଣ ନିଜ ସହରର ପେଟ୍ରୋଲ୍-ଡିଜେଲର ଦାମ୍ ପ୍ରତିଦିନ SMS ଜରିଆରେ ଚେକ୍‌ କରିପାରିବେ। ଇଣ୍ଡିଆନ୍ ଅୟେଲର ଗ୍ରାହକ RSP<ଡିଲର କୋଡ> ଲେଖି 9224992249 ନମ୍ବରରେ ଏବଂ HPCL ର ଗ୍ରାହକ HPPRICE <ଡିଲର କୋଡ> ଲେଖି 9222201122 ନମ୍ବରରେ ପଠାଇ ପାରିବେ। ବିପିସିଏଲ୍ ଗ୍ରାହକ RSP<ଡିଲର କୋଡ> ଲେଖି 9223112222 ନମ୍ବରରେ ପଠାଇ ପାରିବେ।
ପେଟ୍ରୋଲ୍ ଏବଂ ଡିଜେଲ୍ ଦାମରେ ଏକ୍ସାଇଜ ଡ୍ୟୁଟି,ଡିଲର କମିଶନ ଏବଂ ଅନ୍ୟ ଜିନିଷ ଯୋଡ଼ିବା ପରେ ଏହାର ଦାମ୍ ପାଖାପାଖି ୨ଗୁଣା ହୋଇଯାଏ। ବୈଦେଶିକ ମୁଦ୍ରା ଦର ସହ ଅନ୍ତର୍ଜାତୀୟ ବଜାରରେ କୃଡ ମୂଲ୍ୟ ଆଧାର​‌ରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ଅୟେଲ ମାର୍କେଟିଂ କମ୍ପାନୀର ମୂଲ୍ୟର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ସ୍ଥିର କରିଥାଏ। ଇଣ୍ଡିଆନ୍ ଅୟେଲ୍,ଭାର ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ସଂଶୋଧନ କରି ଜାରି କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ