କଳା ଓ ସଂସ୍କୃତି ଧର୍ମ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, କରୋନା ପାଇଁ ଏ ବର୍ଷ ବି ପର୍ବ ଫିକା

ଭୁବନେଶ୍ୱର ୨୨।୦୮: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ । ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିଥାଏ ଭଉଣୀ । ଏହି ଦିନକୁ ଭଉଣୀମାନେ ଏକ ବର୍ଷ ଧରି ଅପେକ୍ଷା କରିଥାନ୍ତି ।

ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି । ଭଗବାନଙ୍କୁ ପୂଜା କରିସାରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ଏହା ଭଉଣୀ ପାଇଁ ଭାଇର ଏକ ରକ୍ଷା କବଚ ବୋଲି କୁହାଯାଏ । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା କଟକଣା ମଧ୍ୟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହେଉଛି । ରାକ୍ଷୀ ପୂର୍ଣ୍ଣିମାରେ ଆଗ ଭଳି ଆଉ ଉତ୍ସାହ ଦେଖିବାକୁ ମିଳିନାହିଁ କି ବଜାରରେ ସେ ଭିଡ ବି ଦେଖିବାକୁ ମିଳିନାହିଁ । ଗୋଟିଏ ପଟେ କରୋନା କଟକଣା ଅନ୍ୟପଟେ ସଂକ୍ରମଣର ଭୟ ଉଭୟକୁ ନେଇ ଏବର୍ଷ ବି ଫିକା ପଡିଛି ରାକ୍ଷୀ ପୂର୍ଣ୍ଣିମା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ