କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ପବିତ୍ର ମହାଶିବରାତ୍ରି, ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ୧୪୪ ଧାରା ଲାଗୁ

ଚଣ୍ଡିଖୋଲ ୧୧।୦୩ : ଆଜି ପବିତ୍ର ମହାଶିବରାତ୍ରି । ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପୀଠରେ ୧୪୪ଧାରା ଲାଗୁ କରାଯାଇଛି ।

ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା ଚାଲୁରହିଛି । ଭକ୍ତଙ୍କୁ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସେହିପରି କୌଣସି ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟ ରାତ୍ରିରେ ମହାଦୀପ ଉଠିବା ପାଇଁ ମନ୍ଦିର କମିଟି ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,