ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ନୂଆ ରାଜ୍ୟପାଳଙ୍କ ଶପଥ: ‘ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିରେ କାମ କରିବା ମୋର ସୌଭାଗ୍ୟ’

ପୁରୀ/ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ ପରିବାର ଅଛନ୍ତି, ସେମାନଙ୍କ ଉନ୍ନତି ହେଉ। ମହାପ୍ରଭୁ ସେମାନଙ୍କ ଜୀବନରେ ସୁଖଶାନ୍ତି ଭରି ଦିଅନ୍ତୁ, କୃପା ବର୍ଷା କରନ୍ତୁ।

ଶ୍ରୀ ଦାସ କହିଛନ୍ତି, ଭାରତ ଏକ ଆଧ୍ୟାତ୍ମିକ ଦେଶ, ଦେଶ ଭିତରେ ଓଡ଼ିଶା ହେଉଛି ଏକ ଆଧ୍ୟାତ୍ମିକ ରାଜ୍ୟ। ଭାରତ ପୁଣିଥରେ ବିଶ୍ବଗୁରୁ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଧ୍ୟାତ୍ମିକ କ୍ଷେତ୍ରର ବିକାଶ କରୁଛନ୍ତି। ସନାତନ ଧର୍ମ ଯାହା ଆଦିକାଳ ଅନନ୍ତ, ତାହା ଆଜି ସାରା ବିଶ୍ବର ଆଦର୍ଶ ପାଲଟିଛି। ଓଡ଼ିଶାବାସୀଙ୍କ ବିକାଶ ମୋର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟ୍ରେନ୍‌ ଦୁର୍ଘଟଣାରେ ମୃତାହତଙ୍କୁ ସମବେଦନା ଜଣାଇଛନ୍ତି।

ଆଜି ବଢ଼ି ଭୋରରୁ ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଶ୍ରୀ ଦାସ ପୁରୀ ରେଳଷ୍ଟେସନ୍‌ରେ ପହଞ୍ଚିବା ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ. ବିଶାଳ ସିଂହ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ପାଢ଼ୀ ଓ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ ପ୍ରମୁଖ ସ୍ବାଗତ ଜଣାଇଥିଲେ। ପରେ ପୂର୍ବାହ୍ଣ ପ୍ରାୟ ୧୧ଟାରେ ରାଜ୍ୟପାଳ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଶ୍ରୀ ଦାସଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଭେଟି ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପୁରୀରୁ ଶ୍ରୀ ଦାସ ସିଧା ଭୁବନେଶ୍ବର ରାଜଭବନ ଆସିଥିଲେ। ଏଠାରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ଓ ମୁଖ୍ୟ ଶାସନ ସଚିବ ପି କେ ଜେନା ମଧ୍ୟ ସ୍ବାଗତ କରିଥିଲେ। କାଲି ସକାଳ ୧୦ଟାରେ ସେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିବେ। ଦିନ ୧୧ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।