ଦେଶ ବିଦେଶ ପର୍ଯ୍ୟଟନ

ଆଜି ନିଲମ୍ବନ ହୋଇ ପାରନ୍ତି ପରମବୀର ସିଂହ

ମୁମ୍ବାଇ: ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ପରମବୀର ସିଂହଙ୍କୁ ଆଜି ନିଲମ୍ବନ କରାଯିବାର ସମ୍ଭାବନା ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିଲମ୍ବନ ଫାଇଲ୍‌ରେ ସ୍ବାକ୍ଷର କରିସାରିଛନ୍ତି ଏବଂ ଆଜି ନିଲମ୍ବନ ଆଦେଶନାମା ରିଲିଜ୍ କରାଯିବାର ସମ୍ଭାବନା ରହିଛି।

ପରମବୀର ସିଂହଙ୍କ ଉପରେ ଆଇଏଏସ୍‌ ଅଫିସର୍‌ ଦେବାଶିଷ ଚକ୍ରବର୍ତ୍ତୀ ଦେଇଥିବା ରିପୋର୍ଟକୁ ମହାରା‌ଷ୍ଟ୍ର ସରକାର ଗ୍ରହଣ କରିଛନ୍ତି। ସିଂହ ଉଲ୍ଲଂଘନ କରିଥିବା ‘ଅଲ୍‌ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ରୁଲ୍‌ସ୍‌’ ଘଟଣାର ତଦନ୍ତ କରିଥିଲେ।


ଶାସନଗତ ଖିଲାପ ସଂକ୍ରାନ୍ତରେ ମଧ୍ୟ ମହାରାଷ୍ଟ୍ର ଗୃହ ବିଭାଗ ପରମବୀର ସିଂହଙ୍କ ବିପକ୍ଷରେ ବିଭାଗୀୟ ତଦନ୍ତ କରିଥିଲେ।

ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା ପାଇଁ ଯଥାଶୀଘ୍ର ପରମବୀର ସିଂହଙ୍କୁ ନିଲମ୍ବନ କରାଯିବ ବୋଲି ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲ୍‌ସେ-ପାଟିଲ୍‌ କହିଥିଲେ।

ସେ କହିଥିଲେ, ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ପରମବୀର ସିଂହଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଚଳାଇଛୁ। ତାଙ୍କ ନିଲମ୍ବନ ପ୍ରକ୍ରିୟା ମଧ୍ୟ ଚାଲିଛି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ