ଖେଳ ଦେଶ ବିଦେଶ

ଆଜି ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍: ଦଳରୁ ବାଦ୍ ପଡିବେ ପୃଥ୍ଵୀ ସ ! ହାଇଦ୍ରାବାଦ ବିପକ୍ଷରେ ନୂତନ ଯୋଡି କରି ପାରନ୍ତି ଓପନିଂ

ନୂଆଦିଲ୍ଲୀ ୦୮।୧୧: ପ୍ରଥମ ଆଇପିଏଲ ଟାଇଟଲ୍‌ର ସନ୍ଧାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତଥାପି ଫାଇନାଲରେ ପ୍ରବେଶ ପାଇଁ ଦଳ ପାଖରେ କ୍ଵାଲିଫାୟର-୨ ଭାବେ ଆଉ ଏକ ସୁଯୋଗ ରହିଛି। ଦିଲ୍ଲୀ ଆଜି କ୍ଵାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଡିଆକୁ ଓହ୍ଲାଇବ। ହେଲେ ଦଳ ପାଇଁ ଏବେ ମଧ୍ୟ ଓପନିଂ ଯୋଡି ଚିନ୍ତାର କାରଣ ପାଲଟିଛି। ଚଳିତ ସିଜିନରେ ଓପନିଂ ବ୍ୟାଟସମ୍ୟାନ ପୃଥ୍ଵୀ ସଙ୍କ ବ୍ୟାଟ୍ ଶାନ୍ତ ରହିଛି। ପ୍ରତି ମ୍ୟାଚ୍‌ ସହିତ ସଙ୍କ ବ୍ୟାଟିଂ ଦିଲ୍ଲୀ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଦଳ ଓପନିଂ ଯୋଡିରେ ଆଜି ପରିବର୍ତ୍ତନ କରିପାରେ। ଦଳ ପ୍ରବନ୍ଧକ ତାଙ୍କୁ ଆଉ ସୁଯୋଗ ଦେବା ପକ୍ଷରେ ନଥିବା କୁହାଯାଉଛି ଏବଂ ହାଇଦ୍ରାବାଦ ବିପକ୍ଷ ବଡ ମ୍ୟାଚ୍‌ରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇପାରେ।

ସ ୧୩୬.୫୨ ଷ୍ଟ୍ରାଇକ୍ ରେଟ୍‌ରେ ଚଳିତ ସଂସ୍କରଣରେ ୧୩ଟି ମ୍ୟାଚ୍‌ରେ ୨୨୮ ରନ କରିଛନ୍ତି। ଗତ ୮ଟି ଇଂନିସରେ ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୧୦ ରନ। ପ୍ରତି ମ୍ୟାଚ୍‌ରେ ଶୀଘ୍ର ଆଉଟ୍ ହେବା କାରଣରୁ ମଧ୍ୟ କ୍ରମ ଉପରେ ଏହାର ଚାପ ପଡୁଛି। ଏହି କାରଣରୁ ଦଳ ପ୍ରବନ୍ଧକ ତାଙ୍କୁ ଦଳରୁ ବାହାର କରି ପାରନ୍ତି।

ଦଳ ବୈଠକ ପରେ ହେବ ଶେଷ ନିଷ୍ପତ୍ତି

କିନ୍ତୁ ଦିଲ୍ଲୀ ପାଖରେ ସଙ୍କ ବଦଳ ଖେଳାଳି ଭାବେ ବେଶି ବିକଳ୍ପ ମଧ୍ୟ ନାହାନ୍ତି। ଶିଖର ଧାଓ୍ଵନ ଓ ଆଜିଙ୍କ୍ୟ ରାହାଣେଙ୍କ ଓପନିଂ ଯୋଡିର ପ୍ରୟୋଗ ବିଫଳ ହୋଇଛି। ବିଶ୍ଵସ୍ତ ସୂତ୍ର ଅନୁଯାୟୀ ଆଜିର ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ଧାଓ୍ଵନଙ୍କ ସହିତ ମାର୍କସ ଷ୍ଟୋଇନିସ୍‌ଙ୍କୁ ଓପନିଂ ପାଇଁ ପଠାଯାଇପାରେ। ଧାଓ୍ଵନ ଚଳିତ ସିଜିନରେ ଦିଲ୍ଲୀ ପାଇଁ ସର୍ବାଧିକ ୫୨୫ ରନ କରିଛନ୍ତି। ଏଥିରେ କ୍ରମାଗତ ଦୁଇଟି ଶତକ ସାମିଲ।

ଷ୍ଟୋଇନିସ୍ ୨୬.୧୬ ହାରରେ ଏବଂ ୧୫୦.୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ୧୫ଟି ମ୍ୟାଚ୍‌ରେ ୩୧୪ ରନ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ। ସୂତ୍ର ଅନୁଯାୟୀ କୋଚ୍ ରିକି ପଣ୍ଟିଂ ଷ୍ଟୋଇନିସ୍‌ଙ୍କ ପ୍ରଦର୍ଶନରେ ପ୍ରଭାବିତ। ତେଣୁ ଶିଖର ଧାଓ୍ଵନଙ୍କ ସହ ଷ୍ଟୋଇନିସ୍‌ଙ୍କୁ ଓପନିଂ ଭାବେ ସୁଯୋଗ ଦିଆଯାଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ