କଳା ଓ ସଂସ୍କୃତି ଧର୍ମ

ଆଜି ଦୀପାବଳିରେ ମା ଲକ୍ଷ୍ମୀ କରିବେ ଧନ ବର୍ଷା : ଜାଣନ୍ତୁ ପୂଜା ମୁହୂର୍ତ୍ତ

ଏଥର ଦୀପାବଳିରେ ମହାସଂଯୋଗ ହେଉଛି। ୩ଟି ଗ୍ରହର ଦୁର୍ଲଭ ସଂଯୋଗ ଏବଂ ଛୋଟ-ବଡ଼ ଦୀପାବଳି ଏକାସହ ସବୁ। ଜ୍ୟୋତିଷଙ୍କ ମତରେ ଏହି ଦୁର୍ଲଭ ସଂଯୋଗ ୧୫୨୧ମସିହାରେ ହୋଇଥିଲା ଯାହା ଆମକୁ ଶନିବାର ମିଳିବ। ଦୀପ ପର୍ବରେ ଗୁରୁ ଗ୍ରହ ନିଜ ରାଶି ଧନୁ ଏବଂ ଶନି ନିଜ ସ୍ବରାଶି ମକରରେ ରହିବେ। ଲକ୍ଷ୍ମୀଙ୍କ ସ୍ବଗ୍ରହ ଶୁକ୍ର କନ୍ୟା ରାଶିରେ ରହିବେ। ଲକ୍ଷ୍ମୀ ପୂଜା ସମୟରେ ସ୍ବାତୀ ନକ୍ଷତ୍ର ରହିବେ। ଏହି ଗ୍ରହର ସଂଯୋଗରେ ଦୀପାବଳି ସୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରିବ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସମସ୍ତଙ୍କୁ ଏବେ ସଚେତନ ରହିବାକୁ ହେବ।

୫ଟି ପର୍ବର ଦୀପାବଳି ଏଥର ୪ଟି ପର୍ବରେ ପାଳିତ ହେବ। ଛୋଟ ଏବଂ ବଡ଼ ଦୀପାବଳି ଶନିବାର ହେବ। ସକାଳେ ଛୋଟ ଦୀପାବଳିର ପୂଜା ହେବ ଏବଂ ସନ୍ଧ୍ୟାରେ ଶ୍ରୀଲକ୍ଷ୍ମୀଙ୍କ ପୂଜା ସହ ଦୀପ ପର୍ବ ହେବ। ଛୋଟ ଏବଂ ବଡ଼ ଦୀପାବଳି ଏକାଠି ୪୯୯ ବର୍ଷ ପରେ ଏକାଠି ଆସିଛି। ଧନତେରସର ଆଗାମୀ ଦିନ ଦୀପାବଳି ଏକ ଅଦ୍ଭୁତ ସଂଯୋଗ ହେଉଛି।

ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟା : ଶନିବାର ପ୍ରାତଃ କାଳରୁ ଚତୁର୍ଦ୍ଦଶୀ ଦ୍ବିପ୍ରହର ୨.୧୮ଯାଏଁ ରହିବ।ଅର୍ଥାତ୍ ଛୋଟ ଦୀପାବଳିର ପୂଜା ଏହି ସମୟରେ ହୋଇପାରେ। ହନୁମାନ ଜୟନ୍ତୀ ମଧ୍ୟ ଏହି ସମୟ ସୁଦ୍ଧା କରିବାକୁ ହେବ। ଏହା ପରେ ଅମାବାସ୍ୟାର ପ୍ରାରମ୍ଭ ହୋଇଯିବ।

ଦୀପାବଳି ପୂଜାବିଧି ମନ୍ତ୍ର : ଛ ମହାଲକ୍ଷ୍ମୀ ମନ୍ତ୍ରଃ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ ପ୍ରସୀଦ ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୟୈ ନମଃ।।

ଲକ୍ଷ୍ମୀ ପୂଜାର ସର୍ବଶ୍ରେଷ୍ଠ ମୁହୂର୍ତ୍ତ:

୨୦୨୦ ନଭେମ୍ବର ୧୪

ଘରେ ଦୀପାବଳି ପୂଜା:

ଲକ୍ଷ୍ମୀ ପୂଜା ମୁହୂର୍ତ୍ତ ନଭେମ୍ବର ୧୪ତାରିଖ ସନ୍ଧ୍ୟା ୫.୨୮ରୁ ସନ୍ଧ୍ୟା ୭.୩୦ଯାଏଁ।

ପ୍ରଦୋଷ କାଳ ମୁହୂର୍ତ୍ତ ନଭେମ୍ବର ୧୪ତାରିଖ ସନ୍ଧ୍ୟା ୫.୩୩ରୁ ରାତି ୮.୧୨ଯାଏଁ

ମହାନିଶୀଥ କାଳ ମୁହୂର୍ତ୍ତ

ମହାନିଶୀଥ କାଳ ମୁହୂର୍ତ୍ତ ରାତି ୧୧.୩୯ରୁ ୦୦.୩୨ ଯାଏଁ

ସିଂହ କାଳ ମୁହୂର୍ତ୍ତ ରାତି ୧୨.୧୫ରୁ ୨.୧୯ଯାଏଁ

ବ୍ୟବସାୟିକ ପ୍ରତିଷ୍ଠାନ ପୂଜା ମୁହୂର୍ତ୍ତ :

ସର୍ବଶ୍ରେଷ୍ଠ ମୁହୂର୍ତ୍ତ ଅଭିଜିତଃ ଦ୍ବିପ୍ରହର ୧୨.୦୯ରୁ ସନ୍ଧ୍ୟା ୪.୫ ଯାଏଁ

କିପରି କରିବେ ପୂଜା :

– ସର୍ବପ୍ରଥମ ପୂଜାର ସଂକଳ୍ପ ନିଅନ୍ତୁ।

– ଶ୍ରୀଗଣେଶ,ଲକ୍ଷ୍ମୀ,ସରସ୍ବତୀଙ୍କ ସହ କୁବେର ପୂଜା କରନ୍ତୁ।

– ଓଁ ଶ୍ରୀଁ ଶ୍ରୀଁ ହୁଁ ନମଃ ୧୧ଥର କିମ୍ବା ଗୋଟିଏ ମାଳା ଜପ କରନ୍ତୁ।

– ଏକାକ୍ଷୀ ନଡ଼ିଆ କିମ୍ବା ୧୧ଟି ପଦ୍ମଡେମ୍ଫ ପୂଜାସ୍ଥଳରେ ରଖନ୍ତୁ।

– ଶ୍ରୀ ଯନ୍ତ୍ର ପୂଜା କରନ୍ତୁ ଏବଂ ଉତ୍ତର ଦିଗରେ ପ୍ରତିଷ୍ଠା କରନ୍ତୁ।

– ଦେବୀ ସୂକ୍ତମର ପାଠ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ