ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ସୋମବାର ଦିନ ଉତ୍କଳ ମଣ୍ଡପଠାରେ ଦିଆଯିବ ‘୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’। ପରଦିନ ଅର୍ଥାତ ୧୪ ତାରିଖରେ ଦିଆଯିବ ‘୮ମ ରାଜ୍ୟ ଟେଲି ପୁରସ୍କାର’। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ପୁରସ୍କାର ସମାରୋହ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ। ଏପରିକି ପୁରସ୍କାର ଦିଆଯିବା ପୂର୍ବରୁ ପୁରସ୍କାର ତାଲିକା‌ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ପ୍ରଶ୍ନ ଉଠୁଛି, ହାଇକୋର୍ଟଙ୍କ ନି‌ର୍ଦ୍ଦେଶକୁ ମାନି ଯଦି ସ୍ବଚ୍ଛ ଉପାୟରେ ତାଲିକା ପ୍ରସ୍ତୁତ କରାଯାଇଛି, ତେବେ ତାହାକୁ ଆଗୁଆ ଘୋଷଣା କରିବାରେ କେଉଁଠି ଅସୁବିଧା ରହିଲା? କାହାକୁ ଡରି ବିଭାଗ ଏମିତି ତରବରିଆ ଭାବେ ଉତ୍ସବ ଆୟୋଜନ କରୁଛି?

୩୧ ତମ ରାଜ୍ୟ ପୁରସ୍କାର ପାଇଁ ମନୋନୟନ ତାଲିକାକୁ ହାଇକୋର୍ଟ ରଦ୍ଦ କରିଦେଇଥିବା ବେଳେ ଏକ ମାସ ଭିତରେ ସାନି ତାଲିକା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମିଳିଥିବା ସୂଚନା ମୁତ‌ାବକ, ସଂସ୍କୃତି ବିଭାଗ ସମ୍ପୂର୍ଣ୍ଣ ପୁରସ୍କାର ତାଲିକାକୁ ପୁନଃବିଚାରକୁ ନ ନେଇ ପୁରସ୍କାର ତାଲିକାରୁ ହାଇକୋର୍ଟ ଆପତ୍ତି ଉଠାଇଥିବା ପୁରସ୍କାର ବର୍ଗକୁ ପୁନଃବିଚାର କରିଛି। ଅବଶିଷ୍ଟ ତାଲିକା ସେହିଭଳି ରହିଛି। ବାସ୍ତବରେ ବିଚାରକ ମଣ୍ଡଳୀ ଆଉ ଥରେ ଚଳଚ୍ଚିତ୍ରଗୁଡ଼ିକୁ ଦେଖି ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି ନା ତରବରିଆ ଭାବେ ତାହା କରାଯାଇଛି? ଯଦି ନୂଆ ତାଲିକାକୁ ସ୍ବଚ୍ଛ ଉପାୟରେ ପ୍ରସ୍ତୁତ କରାଯାଇଛି, ତେବେ ଏହି ତାଲିକା ସାର୍ବଜନୀନ କରାଯିବାରେ କିଛି ଅସୁବିଧା ନଥିଲା। କିନ୍ତୁ ସେପରି ନକରି ସଂସ୍କୃତି ବିଭାଗ ନିଜେ ବିବାଦ ଭିତରକୁ ଠେଲି ହୋଇଯାଇଛି। ଚଳଚ୍ଚିତ୍ର ସବୁ ଠିକ୍‌ରେ ନ ଦେଖି ତରବରିଆ ଭାବେ ପୁରସ୍କାର ପ୍ରଦାନ କରାଗଲେ ତାହା ଯୋଗ୍ୟ କଳାକାରଙ୍କ ପାଇଁ ଅନ୍ୟାୟ ହେବ ବୋଲି ସିନେପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଆଇନଗତ ବିବାଦରୁ ଦୂରେଇ ରହିବାକୁ ସଂସ୍କୃତି ବିଭାଗ ପୁରସ୍କାର ତାଲିକ‌ା ଘୋଷଣା ନ କରି ସିଧାସଳଖ ପୁରସ୍କାର ଦେବାକୁ ସ୍ଥିର କରିଥିବା କୁହାଯାଉଛି। ଗତ କିଛି ଦିନ ତଳେ ସମାନ ଢଙ୍ଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ବିନା କୌଣସି ପୂର୍ବ ସୂଚନା ଓ ପୁରସ୍କାର ତାଲିକା ଘୋଷଣା ନ କରି ସଂସ୍କୃତି ବିଭାଗ ଓ ଏକାଡେମି ସିଧା ପୁରସ୍କାର ପ୍ରଦାନ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।