ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ଛଟପଟ କରିବ ଖରା, ଅସ୍ତବ୍ୟସ୍ତ କରିବ ଭୟଙ୍କର ଅତି ବାଇଗଣୀ ରଶ୍ମୀ

ଭୁବନେଶ୍ୱର,୦୭/୦୩: ରବିବାର ପ୍ରବଳ ଗରମ ଅନୁଭୂତ ହେବ । ନିର୍ଘାତ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ । ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ତାତିର ଜ୍ୱାଳା ଅସହ୍ୟ ହେବ । ପାରଦ ୩୯ ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ
ଅଧିକ ରହିପାରେ । ରବିବାର ଗରମ ସାଙ୍ଗକୁ ଭୟାନକ ଅତି ବାଇଗଣୀ ରଶ୍ମୀ (ୟୁଭି) ମାତ୍ରା ଅସ୍ତବ୍ୟସ୍ତ କରିବ। ୟୁଭି ମାତ୍ରା ୧୧ଟାରୁ ୧ଟା ପର୍ଯ୍ୟନ୍ତ ୮-୯ ରହିବ । ୟୁଭି ମାତ୍ରା ମଧ୍ୟାହ୍ନରେ ୯ ଛୁଇଁପାରେ । ଏହି ସମୟରେ ପଦାକୁ ବାହାରିବାବେଳେ ସତର୍କ ରହିବାକୁ ପଡିବ

ଶନିବାର ସକାଳ ୧୦ଟାରୁ ଅସମ୍ଭାଳ ଗରମ । ପଦାକୁ ବାହାରିଲେ ଗୋଡ଼େଇଲା ତାତି । ଗରମ ପବନରେ ଦେହ ହାତ ଯେମିତି ସିଝି ଯାଉଥିଲା । ଦିନ ୩ଟା ଯାଏଁ ଟାଏଁ ଟାଏଁ ଖରା ଛଟପଟ କରିଥିଲା ରାଜଧାନୀରେ । ପାରଦ ପୁଣି ଡେଇଁଯାଇଥିଲା ଉପରକୁ । ଛୁଇଁଥିଲା ୪୦.୪ ଡିଗ୍ରୀ ସେଲସିୟସ୍‌ । ଏହାସହ ଭୁବନେଶ୍ୱରରେ ଦେଶରେ ପୁଣି ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

୨୦୧୬ ପରେ ପ୍ରଥମ କରି ମାର୍ଚ୍ଚରେ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ଫେବ୍ରୁଆରୀ ଶେଷ ସପ୍ତାହରେ ଅସମ୍ଭାଳ ଗରମ ପରେ କିଛିଦିନ ହେବ ତାତି ସାମାନ୍ୟ କମିଥିଲା । ଆଜି କିନ୍ତୁ ତ୍ରାହି ମିଳିଲାନି ତାତି ମାଡ଼ରୁ ।ଶୁକ୍ରବାର ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ ଥିଲା । ଶନିବାର ଆହୁରି ୨.୨ ଡିଗ୍ରୀ ବଢିଛି । ଶନିବାର ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ ଅଧିକ ବଢ଼ିଯାଇଛି । ଏଥିରୁ ଅନୁମାନ କରାଯାଇପାରେ, ତାତିର ଜ୍ୱାଳା କିଭଳି ଅସ୍ୱସ୍ତିକର ଥିଲା । ଘର ଭିତରେ ବି ଗରମ ଅସହ୍ୟ ହୋଇପଡ଼ିଥିଲା। ମାର୍ଚ୍ଚ ପ୍ରଥମ ସପ୍ତାହରେ ଏଭଳି ଗରମ ପରେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ।

ତେବେ ତାତି ଏବେ ଖସିବନି । ଆସନ୍ତା ୪/୫ ଦିନ ଏଭଳି ଗରମ ଲାଗି ରହିବ । ରବିବାର ବି ଭୁବନେଶ୍ୱର ତାତି ୩୯ ଡିଗ୍ରୀ ଉପରେ ରହିପାରେ ବୋଲି ପାଣିପାଗ ବିଭାଗ କହିଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ