କଳା ଓ ସଂସ୍କୃତି ରାଜ୍ୟ

ଆଜି କୋଣାର୍କ ଉତ୍ସବ: ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ବାଲୁକା କଳା

କୋଣାର୍କ : ଆଜିଠୁ ଆରମ୍ଭ ୩୨ତମ କୋଣାର୍କ ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଦେଖିବାକୁ ମିଳିବ ।

ଚଳିତ ବର୍ଷ କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ପାଳନ କରାଯିବ। ଏଥିପାଇଁ ବାଳୁକା କଳା ପ୍ରବେଶ ପଥରେ ଓ ମୁକ୍ତାକାଶ ରଂଗମଂଚ ମୁଖ୍ୟ ଦ୍ୱାରରେ ସାନିଟାଇଜର ବ୍ୟବସ୍ଥା ହୋଇଛି । ମୁକ୍ତାକାଶ ରଂଗମଂଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କୁ ଅନୁମତି ମିଳିବ । ରଂଗମଂଚରେ ପ୍ରତି ସଂଧ୍ୟାରେ ଓଡିଶୀ, ସତ୍ରୀୟା, କୁଚିପୁଡି, ଭାରତନାଟ୍ୟମ, ମୋହିନୀଆଟ୍ଟମ ଓ କଥକ ନୃତ୍ୟ ପ୍ରଦର୍ଶନ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ । ବେଳାଭୂମିରେ ୩୦ଷ୍ଟଲରେ ବିଭିନ୍ନ ରାଜ୍ୟରୁ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଚନ୍ଦ୍ରଭାଗା ମେଳା ପଡ଼ିଆରେ ଯାନବାହନ ପାର୍କିଂ ବ୍ୟବସ୍ଥା ହୋଇଛି। ରଙ୍ଗମଞ୍ଚଳରେ ପ୍ରତି ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ନୃତ୍ୟ ପ୍ରଦର୍ଶିତ ହେବ । ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,