ଦେଶ ବିଦେଶ ମନୋରଞ୍ଜନ

ଆଜି କେକେଙ୍କ ଅନ୍ତିମ ସତ୍କାର, କୋଲକାତାରୁ ମୁମ୍ବାଇରେ ପହଁଚିଛି ମରଶରୀର

ନୂଆଦିଲ୍ଲୀ ୦୨/୦୬: ବଲିଉଡର ପପୁଲାର ସିଙ୍ଗର କେକେଙ୍କର ଗୁରୁବାର ମୁମ୍ବାଇରେ ଅନ୍ତିମ ସଂସ୍କାର ହେବ । ବୁଧବାର କ୍ରିଷ୍ଣାକୁମାର କୁନ୍ନଥଙ୍କ ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ପହଞ୍ଚିଛି । ଏହା ପୂର୍ବରୁ କେକେଙ୍କ ପୋଷ୍ଟମର୍ଟମ ପରେ ପାର୍ଥିବ ଶରୀରକୁ କୋଲକାତାରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । କେକେ ଗତ ମଙ୍ଗଳବାର କୋଲକାତାରେ ଏକ କନସର୍ଟ କରିବାକୁ ଆସିଥିଲେ । କନସର୍ଟ ପରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ସେଠାରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

୫୩ ବର୍ଷ ବୟସରେ କେକେଙ୍କର ପରଲୋକ ହୋଇଯାଇଛି । ୨ଦିନିଆ ଗସ୍ତରେ କେକେ ସୋମବାର ଗୋଟିଏ କନସର୍ଟର ଅୟୋଜନ କରିଥିଲେ । ବିବେକାନନ୍ଦ କଲେଜରେ ସେ କାର୍ଯ୍ୟକ୍ରମ କରିଥିଲେ । କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା । ଦେଖୁ ଦେଖୁ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ, ଯେଉଁଠାରୁ ଆଉ କେହି ଫେରନ୍ତି ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ